Below header

ବିନା ଚାର୍ଜିଂରେ ବି ଚାଲିବ ଇଲେକ୍ଟ୍ରିକ୍‌ ସ୍କୁଟର, ୫ ମିନିଟ୍‌ରେ ଫୁଲ ଚାର୍ଜ ହୋଇଯିବ ବ୍ୟାଟେରୀ

ପେଟ୍ରୋଲ-ଡିଜେଲର ଦର ଦାମ୍‌ ବଢ଼ୁଥିବାରୁ ଭାରତରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି ଇଲେକ୍ଟ୍ରୋନିକ୍‌ ବାଇକ୍‌ର ବ୍ୟବହାର। ଲୋକମାନେ ଏବେ ତେଲ ଗାଡ଼ି ଛାଡ଼ି ଇଲେକ୍ଟ୍ରିକ୍‌ ବାଇକ୍‌ ଚଲାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ଇଲେକ୍ଟ୍ରିକ୍‌ ବାଇକ୍‌ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହାକୁ ଚାର୍ଜିଂ କରିବା ସମସ୍ୟା ସୃଷ୍ଟି କରେ। ଘଣ୍ଟା ଘଣ୍ଟା ଧରି ଚାର୍ଜ କରିବା ପରେ ଏହି ସ୍କୁଟର ମାତ୍ର ୧୦ କିଲୋମିଟର ଗଡ଼ୁଥିବାରୁ ଲୋକଙ୍କ ପାଇଁ ଏହା ଏକ ମୁଣ୍ଡ ବିନ୍ଧା ପାଲଟିଛି। କିନ୍ତୁ ଆମେ ଆପଣଙ୍କୁ ଏକ ଏଭଳି ଟ୍ରିକ୍‌ କହିବାକୁ ଯାଉଛୁ, ଯାହାକୁ ଆପଣାଇ ମାତ୍ର ୫ ମିନିଟ୍‌ରେ ନିଜ ସ୍କୁଟରକୁ ୧୦୦ ପ୍ରତିଶତ ଚାର୍ଜ କରିପାରିବେ।

ଆମେ ଯେଉଁ ଫିଚର କଥା କହୁଛୁ ତାହାକୁ ସ୍ୱାପେବଲ୍‌ ବ୍ୟାଟେରୀ ବୋଲି କୁହାଯାଏ। ଏହାକୁ କେହି କେହି ଡିଟାଚେବଲ ବ୍ୟାଟେରୀ ମଧ୍ୟ କହିଥାନ୍ତି। ଏହାର ଅର୍ଥ ଏହି ବ୍ୟାଟେରୀକୁ ଆପଣ ସ୍କୁଟରରୁ ବାହାରକୁ ବାହାର କରିପାରିବେ। ଏହି ବ୍ୟାଟେରୀର ବିଶେଷତ୍ୱ ହେଉଛି ଏହି ବ୍ୟାଟେରୀ ସରିଗଲେ ଆପଣ ଏହାକୁ ସ୍କୁଟରରୁ କାଢ଼ି ପାରିବେ ଓ ଘରେ ପୁଣିଥରେ ଚାର୍ଜରେ ବସାଇପାରିବେ। ଏହି ବ୍ୟାଟେରୀ ସ୍ଥାନରେ ଆପଣ ଆଉ ଏକ ବ୍ୟାଟେରୀ ଲଗାଇପାରିବେ। ଆଉ ଏଥିପାଇଁ ଆପଣଙ୍କୁ ମାତ୍ର ୫ ମିନିଟ୍‌ ସମୟ ହିଁ ଲାଗିବ।

ଏହି ବ୍ୟାଟେରୀ ସାହାଯ୍ୟରେ ଆପଣ ଆରାମରେ ଇଲେକ୍ଟ୍ରିକ୍‌ ବାଇକ୍‌ରେ ୧୦୦ କିଲୋମିଟର ନୁହେଁ, ବରଂ ୨୦୦ କିଲୋମିଟର ଯାତ୍ରା କରିପାରିବେ। ଏହାକୁ ଆପଣ ସହଜରେ ନିଜ ସହ ନେଇ ବି ପାରିବେ। ଭାରତରେ ଯେତେ ବି ନୂଆ ଓ ଆଡଭାନ୍ସ ଟେକ୍ନିକ୍‌ଯୁକ୍ତ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ ହେଉଛି ସେ ସବୁଥିରେ ବ୍ୟାଟେରୀ ସ୍ୱାପିଂ ଫିଚର ମିଳୁଛି। ଏହା ସମୟ ବଞ୍ଚାଇବାରେ ମଧ୍ୟ ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.