Below header

ମାଲକାନଗିରି: ୫ ଦିନ ପରେ ଘରକୁ ଫେରିଲେ ଟେକେଲଗୁଡ଼ା ଗ୍ରାମବାସୀ, ୩ ତରିଖରୁ ଗାଁକୁ ଖାଲି କରାଇଦେଇଥିଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ୫ ଦିନ ପରେ ଘରକୁ ଫେରିଲେ ଟେକେଲଗୁଡ଼ା ଗ୍ରାମବାସୀ । ଗତ ୩ ତାରିଖ ଦିନ ବିଜାପୁର ତରରେମ ଜଙ୍ଗଲରେ ମାଓବାଦୀଙ୍କ ହମଲା ପରେ ଆଜି ସେମାନେ ଗାଁକୁ ଫେରିଛନ୍ତି । ଛତିଶଗଡ଼ ବିଜାପୁରରେ ମାଓବାଦୀ ହମଲା ରଣନୀତି ଏବେ ପଦାକୁ ଆସିଛି । ହମଲା ପୂର୍ବରୁ ମାଓବାଦୀମାନେ ଜଙ୍ଗଲରେ ଥିବା ଟେକେଲଗୁଡ଼ା ଗାଁକୁ ଖାଲି କରିଦେଇଥିଲେ । ଗାଁ ଲୋକଙ୍କ ଘରେ ସଶସ୍ତ୍ର ମାଓବାଦୀ ଆମ୍ବୁସ ବିଛାଇ ଯବାନଙ୍କ ଲେଉଟାଣିକୁ ଜଗି ରହିଥିଲେ । କିଛି ମହିଳା ମାଓବାଦୀ ମଧ୍ୟ ଗାଁ ଲୋକଙ୍କ ଭଳି ସେଠାରେ ବୁଲାବୁଲି କରିବା ସହ ସୁରକ୍ଷାକର୍ମୀଙ୍କ ଗତିବିଧି ଉପରେ ନଜର ରଖିଥିଲେ ବୋଲି କୁହାଯାଉଛି । ଫଳରେ ମାଓବାଦୀଙ୍କ ଆମ୍ବୁସ ର ଶିକାର ପାଲଟିଥିଲେ ସୁରକ୍ଷାକର୍ମୀ ।

malkangiri1

ଏବେବି ସେହି ଗାଁରେ ଥିବା ଘର ଗୁଡିକରେ ରକ୍ତ ଛିଟା ଦେଖିବାକୁ ମିଳିଛି । ମାଓବାଦୀ ଭୟରେ ୫ ଦିନ ଜଙ୍ଗଲରେ ଘୂରି ବୁଲୁଥିଲେ । ଆଜି ସାହସ ଜୁଟାଇ ଗାଁକୁ ସେମାନେ ଫେରିଛନ୍ତି । ହେଲେ ଏବେବି ଗାଁଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଜାପୁର-ସୁକମା ସୀମାନ୍ତ ଟେକେଲଗୁଡ଼ା ଗାଁ ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.