ଜ୍ୟାକ୍‌ ମା’ଙ୍କ ରେକର୍ଡ ଭାଙ୍ଗିଲେ ମୁକେଶ ଅମ୍ବାନୀ, ପୁଣିଥରେ ପାଲଟିଗଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ପ୍ରକାଶ ପାଇଛି ଫୋବର୍ସ ତାଲିକା। ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତ ଏଥରକ ତୃତୀୟ ସ୍ଥାନରେ ପହଞ୍ଚିଛି। କେବଳ ଏତିକି ନୁହେଁ, ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ସବୁଠାରୁ ଧନି ବ୍ୟକ୍ତି ପାଲଟିଛନ୍ତି। ମୁକେଶ ଅମ୍ବାନୀ ଚୀନ୍‌ର ଜ୍ୟାକ୍‌ ମା’ଙ୍କ ଠାରୁ ଏହି ମୁକୁଟ ଛଡ଼ାଇ ନେଇଛନ୍ତି। ସେହିପରି ଜେଫ୍‌ ବେଜୋସ୍‌ ଲଗାତାର ଚତୁର୍ଥ ଥର ପାଇଁ ଦୁନିଆର ଧନୀ ବ୍ୟକ୍ତି ପଦ ଅଧିକୃତ କରିଛନ୍ତି।

ଚଳିତଥର ଦୁନିଆର ସବୁଠୁ ଅଧିକ କୋଟିପତି କେବଳ ଆମେରିକା ଓ ଚୀନ୍‌ର ଅଛନ୍ତି। ଭାରତରେ କୋଟିପତିଙ୍କ ସଂଖ୍ୟା ବଢ଼ି ୧୪୦ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ ଗତବର୍ଷ ଅଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା’ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ।

ଭାରତ ଓ ଏସିଆର ସବୁଠୁ ଧନି ବ୍ୟକ୍ତି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଦୁନିଆର ୧୦ମ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୪.୫ ଅରବ ଡଲାର। ଅଦାନି ସମୂହର ଗୌତମ ଅଦାନି ଭାରତର ଦ୍ୱିତୀୟ ସବୁଠୁ ଧନୀ ଓ ଦୁନିଆର ୨୪ ତମ କୋଟିପତି ବନିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୦.୫ ଅରବ ଡଲାର।

ଆମାଜନର ପ୍ରତିଷ୍ଠାତା ଓ ସିଇଓ ଜେଫ୍‌ ବେଜୋସ୍‌ ଏବେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ବେଜୋସ୍‌ଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୭୭ ଅରବ ଡଲାର। ତାଙ୍କ ସମ୍ପତ୍ତି ପୂର୍ବ ବର୍ଷ ତୁଳନାରେ ୬୪ ଅରବ ଡଲାର ବଢ଼ିଛି। ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ସ୍ପେସ୍‌ଏକ୍ସର ଫାଉଣ୍ଡର ଏଲନ୍‌ ମସ୍କ। ତାଙ୍କ ସମ୍ପତ୍ତି ବୃଦ୍ଧି ପାଇ ୧୫୧ ଡଲାର ହୋଇଛି। ଗତ ବର୍ଷ ତୁଳନାରେ ଚଳିତବର୍ଷ ତାଙ୍କ ସମ୍ପତ୍ତି ୧୨୬.୪ ଅରବ ଡଲାର ବଢ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.