Below header

ଦୁଇଚକିଆ ଯାନ ଚଲାଉଥିଲେ ସାବଧାନ ! ହେଲମେଟରେ ନଥିଲେ ଏହି ଚିହ୍ନ ଯିବାକୁ ପଡିବ ଜେଲ

ନୂଆଦିଲ୍ଲୀ : ହେଲମେଟର କ୍ବାଲିଟି ସୁଧାର ପାଇଁ ଏକ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଚାଳକଙ୍କ ସୁରକ୍ଷା ପାଇଁ ହେଲମେଟର ଗୁଣବତ୍ତାକୁ ନେଇ ମାନକ ନିର୍ଦ୍ଧାରଣ କରିଛନ୍ତି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ । ଦେଶରେ ବର୍ଷକୁ ପ୍ରାୟ ୨କୋଟି ହେଲମେଟ ନିର୍ମିତ ହୋଇଥିବା ବେଳେ ଏହାର ୭୦ ପ୍ରତିଶତ ହେଲମେଟ ଛୋଟ ଏବଂ ଅସଂଗଠିତ କମ୍ପାନୀ ନିର୍ମାଣ କରିଥାନ୍ତି। ଏମିତିରେ ରୋଡ ସେପ୍ଟି ବିଭାଗ ହେଲମେଟରେ ISI ଚିହ୍ନ ରହିବା ଆବଶ୍ୟକ ବୋଲି ଘୋଷଣା କରିଛି। ଏହି ନିୟମକୁ ଲାଗୁ କରିବା ନେଇ ଅନେକ ଦିନରୁ ଶୁଣିବାକୁ ମିଳୁଥିବା ବେଳେ ବାରମ୍ବାର ଏହାର ତାରିଖରେ ପରିବର୍ତ୍ତନ କରାଯାଉଛି।

hel met

ଏହି ନିୟମକୁ ଜାରି କରିବା ପାଇଁ ୧୫ ଜାନୁଆରୀ ନିର୍ଣ୍ଣୟ କରାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି ୧୫ ଏପ୍ରିଲ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ଜୁଲାଇ ୧୫ରୁ ଲାଗୁ କରାଯିବ ବୋଲି ଶୁଣିବାକୁ ମିଳିଛି।

କହିବାକୁ ଚାହିଁବୁ ଭାରତରେ ମୋଟ ୨୧୯ଟି ହେଲମେଟ ର୍ନିମାଣ କମ୍ପାନୀ ରହିଛି କିନ୍ତୁ ସେଥିମଧ୍ୟରୁ ମାତ୍ର ୯ଟି ଜରୁରୀ ସାର୍ଟିଫିକେଟ ହାସଲ କରିଛନ୍ତି। ହେଲମେଟ୍ ତିଆର କରୁଥିବା କମ୍ପାନୀଗୁଡିକୁ ନୂଆ ମାନକ ପାଳନ କରିବା ଅନିବାର‌୍ୟ୍ୟ । ନିୟମ ଉଲଂଘନ କଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି କମ୍ପାନୀ ଏହାକୁ ପାଳନ ନକରେ ତେବେ ଦୁଇ ବର୍ଷର ଜେଲ୍ କିମ୍ବା ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ ।

helmet

କଣ ରହିଛି ନିୟମ

– ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଟ (ବିଆଇଏସ) ଆଇଏସ ୪୧୫୧:୨୦୫୧

– ହେଲମେଟର ଓଜନ ୧.୨ କିଲୋଗ୍ରାମ ହୋଇଥିବା ଦରକାର

– ବିନା ଆଇଏସଆଇ ମାର୍କା ହେଲମେଟ ବିକିଲେ କଡା କାର‌୍ୟ୍ୟାନୁଷ୍ଠାନ ହେବ

ନିୟମ ଉଲଂଘନ କଲେ ହେଲମେଟ ଉତ୍ପାଦନ କରୁଥିବା କମ୍ପାନୀ, ଦୋକାନୀଙ୍କ ବିରୋଧରେ ବିନା କୌଣସି ୱାରଣ୍ଟରେ ଗିରଫ କରାଯାଇପାରିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁଇ ଚକିଆ ହେଲମେଟ ମ୍ୟାନୁଫେକଚର ଆସୋସିଏସନ ସ୍ୱାଗତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.