SBI ର ବଡ଼ ଉପହାର, ଏଣିକି ଇଲେକଟ୍ରିକ୍ ବାହନ କିଣିବା ପାଇଁ ଶସ୍ତାରେ ମିଳିବ ଲୋନ୍

ଏସବିଆଇର ବଡ଼ ଉପହାର । ଏଣିକି ଇଲେକଟ୍ରିକ୍ ବାହନ କିଣିବାପାଇଁ ସହଜରେ ମିଳିବ ଲୋନ୍ । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶସ୍ତାରେ ଇ-ଭେଇକିଲ୍ ଲୋନ୍ ଦେବା ପାଇଁ କରିଛି ଘୋଷଣା । ଏହି ଲୋନ୍ ନେବାକୁ ଚାହୁଁଥିବା ଲୋକଙ୍କୁ ମିଳିବ ୨୦ ବେସିସ୍ ପଏଣ୍ଟ ରିହାତି ମିଳିବ । ଏହା ସହ ଋଣ ପରିଶୋଧ ପାଇଁ ମିଳିବ ଅଧିକ ସମୟ ।

ଏସବିଆଇ କହିଛି ଯେଉଁ ଲୋକ ଅଟୋ ଲୋନ୍ ନେବ ତେବେ ଏହାକୁ ୭ ବର୍ଷ ମଧ୍ୟରେ ପରିଶୋଧ କରିପାରିବ । ସେହିପରି ଗ୍ରୀନ୍ କାର୍ ଲୋନ୍ ନେଲେ ୮ ବର୍ଷ ମଧ୍ୟରେ ଏହାକୁ ପରିଶୋଧ କରିପାରିବ । ଏହା ସହ ପ୍ରଥମ ୬ ମାସ ପାଇଁ କୌଣସି ପ୍ରକାର ପ୍ରୋସେସିଙ୍ଗ୍ ଫି ନେବ ନାହିଁ ବ୍ୟାଙ୍କ୍ । ଏଥିରେ ଗ୍ରାହକଙ୍କୁ ୯୬ ମାସ ପାଇଁ ଇଏମଆଇ ବାବଦରେ କେବଳ ୧୪୬୮ ଟଙ୍କା ଦେବାକୁ ପଡିବ ।

ବାୟୁ ପ୍ରଦୂଷଣ ପାଇଁ ସବୁଠାରୁ ବେଶୀ ଦାୟୀ ହେଉଛି କାର୍ । ଏସବିଆଇର ଗ୍ରୀନ୍ କାର୍ ଲୋନ୍ ମାଧ୍ୟମରେ ଗ୍ରାହକ ନିଜର ପେଟ୍ରୋଲ୍ ଏବଂ ଡିଜେଲ୍ କାରକୁ ଇଲେକଟ୍ରିକ୍ ଗାଡିରେ ପରିବର୍ତ୍ତନ କରିବା ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.