କିଏ ବିକ୍ରି କରେ ଶାଢ଼ୀ ତ କିଏ ବେବି ପ୍ରଡକ୍ଟ, ଫିଲ୍ମ ଛଡ଼ା ଏହି କଳାକାରମାନେ ଏମିତି କରନ୍ତି ରୋଜଗାର

ବର୍ତ୍ତମାନ ସମୟରେ ଚାକିରି ଦ୍ବାରା ଘରର ଖର୍ଚ୍ଚ ତ ବାହାରି ଯାଇଥାଏ କିନ୍ତୁ ନିଜର ସଉକ ଅଧୁରା ରହିଯାଇଥାଏ। ଏଥିପାଇଁ ସାଧାରଣତଃ ଲୋକ ଚାକିରି ସହ କିଛି ନା କିଛି ସାଇଡ ବିଜନେସ ମଧ୍ୟ କରିଥାନ୍ତି। ଠିକ୍ ସେହିପରି ବଲିଉଡର ଅନେକ କଳାକାର ଫିଲ୍ମରେ ଅଭିନୟ କରିବା ସହ ଅନେକ ବ୍ୟବସାୟ ମଧ୍ୟ କରିଥାନ୍ତି। ଏପରକି ନିଜ ସାଇଡ ବିଜନେସରୁ କୋଟିକୋଟି ଟଙ୍କା ରୋଜଗାର କରିଥାନ୍ତି। ଆଜି ଆମେ ଆପଣଙ୍କୁ ସେହିପରି କିଛି ବଲିଉଡ଼ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ।

lara dutta

ଲାରା ଦତ୍ତା

ମିସ ୟୁନିର୍ଭସ ରହି ସାରିଥିବା ବଲିଉଡ଼ ଅଭିନେତ୍ରୀ ଲାରା ଦତ୍ତାଙ୍କର ନିଜର ପ୍ରଡକସନ୍‌ କମ୍ପାନୀ ରହିଛି। ଏହା ବ୍ୟତୀତ ସେ ‘ଛାବରା ୫୫୫’ ସହ ମିଶି ଶାଢ଼ୀ କଲେକସନ ଷ୍ଟୋର ମଧ୍ୟ ଲଞ୍ଚ କରିଛନ୍ତି।

କରିସ୍ମା କପୁର

ନବେ ଦଶକର ସୁନ୍ଦରୀ ନାୟିକା କରିସ୍ମା କପୁର ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। କହିବାକୁ ଚାହିଁବୁ, କରିସ୍ମା ନିଜର ଇ-କମର୍ସ ପୋର୍ଟାଲ ଚଲାଇ ଥାନ୍ତି। ଯେଉଁଥିରେ ସେ ଅନେକ ବେବି ଏବଂ ମଦର ପ୍ରଡକ୍ଟ ବିକ୍ରି କରିଥାନ୍ତି।

shilpa1

ଶିଳ୍ପା ସେଟ୍ଟୀ

ଅନେକ ସୁପରହିଟ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏକ ରୟାଲିଟି ନାଇଟ ବାରର ମାଲିକାଣୀ ଅଟନ୍ତି। ତାଙ୍କର ବିବାହ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ହୋଇଛି। ଯିଏ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲର ମାଲିକ ଅଟନ୍ତି। ଏହି ଟିମର ସହ ମାଲିକାଣୀ ଶିଲ୍ପା ମଧ୍ୟ ଅଟନ୍ତି। ଏହା ବ୍ୟତୀତ ତାଙ୍କର ମୁମ୍ବାଇରେ ଏକ ସ୍ପା ସେଣ୍ଟର ମଧ୍ୟ ରହିଛି।

ସୁସ୍ମିତା ସେନ୍

ସୁସ୍ମିତା ସେନଙ୍କର ଦୁବାଇରେ ଏକ ଅଳଙ୍କାର ଦୋକାନ ରହିଛି, ଯାହାକୁ ତାଙ୍କ ମା ଚଲାନ୍ତି। ଏହା ବ୍ୟତୀତ ସେ ମୁମ୍ବାଇରେ ବଙ୍ଗାଳି ମାସିଜ୍ କିଚେନ ନାମକ ଏକ ଆଉଟଲେଟ ଏବଂ ତତ୍ରା ଏଣ୍ଟରଟେଣ୍ଟମେଣ୍ଟ ନାମକ ପ୍ରଡକସନ୍‌ କମ୍ପାନୀ ମଧ୍ୟ ଚଲାନ୍ତି।

malaika

ମଲାଇକା ଅରୋଡା

ବଲିଉଡର ହଟ୍‌ ଆଇଟମ୍‌ ଗାର୍ଲ ମଲାଇକା ଅରୋଡା ଏକ ଅନଲାଇନ ଫ୍ୟାସନ ପର୍ଟୋଲ ଚଲାନ୍ତି। ଏହାର ନାମ ‘ଦ ଲେବଲ ଲାଇଫ’ । ଏଥିରେ ତାଙ୍କର ଦୁଇଟି ପାର୍ଟନର ଅଛନ୍ତି ସେ ହେଉଛନ୍ତି ବିପାଶା ବାସୁ ଏବଂ ସୁଜେନ୍ ଖାନ୍।

ଟୁଇଙ୍କଲ ଖନ୍ନା

ଟୁଇଙ୍କଲ ଖନ୍ନାଙ୍କ ବଲିଉଡ କ୍ୟାରିୟର କିଛି ଖାସ ନଥିଲା। ତେବେ ଟ୍ବିଙ୍କଲ ବେଷ୍ଟସେଲର ରାଇଟର ହେବା ସହ ଇଣ୍ଟିରିୟର ଡେକୋରେସନ୍ ଷ୍ଟୋର ‘ଦ ହ୍ବାଇଟ ସ୍ବିଣ୍ଡୋ’ ମଧ୍ୟ ଚଲାନ୍ତି।

ajay-devgn

ଅଜୟ ଦେବଗନ

ବଲିଉଡ଼ ଅଭିନେତା ଅଜୟ ଦେବଗନ, ଦେବଗନ ଏଣ୍ଟରଟେନମେଣ୍ଟ ସଫ୍‌ଟଓର ଲିମିଟେଡର ମାଲିକ ଅଟନ୍ତି। ଏହା ବ୍ୟତୀତ ସେ ରୋହା ଗ୍ରୁପର ପାର୍ଟନର ମଧ୍ୟ ଅଟନ୍ତି।

ଅକ୍ଷୟ କୁମାର

ଅକ୍ଷୟ କୁମାର ବର୍ଷକ ୩-୪ଟି ଫିଲ୍ମ କରି ହିଁ ଦିଅନ୍ତି। ଏହା ବ୍ୟତୀତ ତାଙ୍କର ଅଲହଦା ବେଷ୍ଟ ଟିଭି ନାମକ ଏକ ଅନଲାଇନ ଚ୍ୟାନେଲ ଏବଂ ଓମ ଏଣ୍ଟରଟେନମେଣ୍ଟ ଫିଲ୍ମ ପ୍ରଡକସନ୍‌ ହାଉସ ମଧ୍ୟ ରହିଛି।

Sunil-Shetty

ସୁନିଲ ସେଟ୍ଟୀ

ବଡ଼ ପରଦାରେ ନିଜର ସମସ୍ତ ଚରିତ୍ରକୁ ନିଖୁଣ ଭାବେ ତୁଲାଇଥିବା ସୁନିଲ ସେଟ୍ଟୀଙ୍କର ଅନେକ ରେଷ୍ଟୋରାଁ, ନାଇଟ କ୍ଳବ, ପପକର୍ଣ୍ଣ ଫିଲ୍ମ ପ୍ରଡକସନ୍‌ ହାଉସ ଆଦି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.