Below header

ଗ୍ରାହକଙ୍କ ପାଇଁ Paytm ଅଣିଲା ଖୁସି ଖବର , ଏବେ ଜିନିଷ କିଣି ମାସେ ପରେ ଦିଅନ୍ତୁ ଟଙ୍କା

ନୂଆଦିଲ୍ଲୀ : ମୋବାଇଲ ଓ୍ବାଲେଟ ପେଟିଏମ୍ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି। ଏହି ସେବାର ନାମ ରହିଛି Paytm Postpaid। ଏଥିରେ ଗ୍ରାହକ ଯେତେବେଳେ ଇଛା ସେତେବେଳେ ଜିନିଷ କିଣି ପାରିବେ। ସେଥିପାଇଁ କୌଣସି ପ୍ରକାରର ବାଧକ ରହିନାହିଁ। ଏହାପରେ ଗ୍ରାହକ ତାଙ୍କର ସେହି ଜିନିଷର ମୂଲ୍ୟ ଆସନ୍ତା ମାସରେ ପଇଠ କରିପାରିବେ। ଏହି ସର୍ଭିସ ଅନ୍ତର୍ଗତ ଆପଣ ଡ଼ିଟିଏଚ୍ ରିଚାର୍ଜ, ଫିଲ୍ମ ଟିକେଟ୍ , ଫ୍ଳାଇଟ ଟିକେଟ ଆଦିର ଫାଇଦା ଉଠାଇପାରିବେ। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଏଥିପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଏକ୍ସଟ୍ରା ଚାର୍ଜେସ ଦେବାକୁ ପଡ଼ିବ ନାହିଁ।

pytm

 

 

କିପରି କରିବେ ଆକ୍ଟିଭେଟ୍

ପେଟିଏମ୍ ପୋଷ୍ଟପେଡ଼ ସର୍ଭିସକୁ ବ୍ୟବହାର କରିବା ପାଇଁ ପେଟିଏମର ପ୍ରୋଫାଇଲକୁ ଯାଇ ସେଠାରେ ଚPaytm Postpaid ଅପସନକୁ ଚେକ୍ କରିବାକୁ ପଡ଼ିବ। ଏହାପରେ ସେଠାରେ ଆପଣଙ୍କୁ ଆଧାର ନମ୍ବର ଏବଂ ପାନ୍ କାର୍ଡ଼ର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଏହାପରେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ।

paytm

ଏଠାରେ ଆପଣଙ୍କୁ କିଣାକିଣି କରିବା ପାଇଁ ଦିଆଯାଇଥିବା ଲିମିଟ ମଧ୍ୟ ଦେଖିପାରିବେ। ଏହି ଲିମିଟ ପ୍ରତ୍ୟେକ ଗ୍ରାହକଙ୍କୁ ତାଙ୍କର ପୂର୍ବ ସପିଂ ହିଷ୍ଟ୍ରୀ ବାବଦରେ ଦିଆଯିବ। Paytm Postpaid ଦ୍ବାରା କ୍ରୟ କରିଥିବା ବସ୍ତୁର ଟଙ୍କା ଆପଣ ତାହାର ପରବର୍ତ୍ତି ମାସ ୧୫ ତାରିଖ ମଧ୍ୟରେ ଦେଇପାରିବେ। ଟଙ୍କା ପଇଠ କରିବା ପାଇଁ ଆପଣ ଡ଼େବିଟ/କ୍ରେଡ଼ିଟ କାର୍ଡ଼ ଅଥବା ନେଟ ବ୍ୟାଙ୍କିଂର ସାହାଯ୍ୟ ନେଇପାରିବେ। ତେବେ ସମୟ ହେବା ପୂର୍ବରୁ ପେଟିଏମ୍ ତରଫରୁ ଏନେଇ ଆପଣଙ୍କ ମେସେଜ୍ ଆଲର୍ଟ ମଧ୍ୟ ଯିବ।

paytm

କଣ ମିଳିବ ଫାଇଦା

Paytm Postpaid ଦ୍ବାରା ମୋବାଇଲ ଏବଂ ଡ଼ିଟିଏଚ୍ ରିଚାର୍ଜ , ଟ୍ରାଭେଲ ବୁକିଂ , ଫିଲ୍ମ ଟିକେଟ ବୁକିଂ ସହ ଅନଲାଇନ ସପିଂ ମଧ୍ୟ କରିପାରିବେ। ଏହାର ସୁବିଧା ଉଠାଇବା ପାଇଁ ତୁରନ୍ତ ଏହାକୁ ଆକ୍ତଟିଭେଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.