Below header

ITBP ରେ ହାବିଲଦାର ପୋଷ୍ଟରେ ହେଉଛି ନିଯୁକ୍ତି, ଉଭୟ ମହିଳା ଏବଂ ପୁରୁଷ କରିପାରିବେ ଆବେଦନ

ଭାରତ-ତିବ୍ଦତ ସୀମା ପୋଲିସ ବଳ(ITBP) ପକ୍ଷରୁ ହାବିଲଦାର ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏହା ଅଧିନରେ ୨୪୮ ପଦ ଖାଲିପଡିଛି। ଏହି ପଦରେ ଆବେଦନ କରିବା ପାଇଁ ପ୍ରକ୍ରିୟା ୮ ଜୁନରୁ ଆରମ୍ଭ ହେବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ITBP ର ଅଫିସିଆଲ େଓ୍ଵବସାଇଟ୍‌ recruitment.itbpolice.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୭, ୨୦୨୨ ରହିଛି।

ଖାଲିପଡିଥିବା ୨୪୮ ପଦବୀ ମଧ୍ୟରୁ ୯୦ ପଦବୀ ପୂର୍ବରୁ ଆଇଟିବିପିରେ କାର୍ଯ୍ୟରତ କରୁଥିବା ଯବାନଙ୍କ ପାଇଁ ସଂରକ୍ଷିତ ରହିଛି। ବାକି ୧୫୮ ପଦରେ ସିଧାସଳଖ ଭାବେ ଭର୍ତ୍ତି କରାଯିବ। ସାଧାରଣ ଲୋକ ଏହି ୧୫୮ ପଦରେ ଆବେଦନ କରିପାରିବେ। ଏହା ମଧ୍ୟରୁ ୧୩୫ ଜଣ ପୁରୁଷ ଏବଂ ୨୩ଟି ସିଟ୍‌ ମହିଳାଙ୍କ ପାଇଁ ରହିଛି।

ପଦବୀ ବିବରଣୀ: ୨୪୮

ସାଧାରଣ ବର୍ଗ : ୬୫
ଅନୁସୂଚିତ ଜାତି: ୨୬
ଅନୁସୂଚିତ ଜନଜାତି: ୨୩
ଓବିସି: ୨୮
EWS : ୧୬

ଆବେଦନ କରିବାର ଶେଷ ତାରିଖ ଜୁଲାଇ ୭, ୨୦୨୨ ରହିଛି।

ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ୨୫ ହଜାରରୁ ୮୧ ହଜାର ଟଙ୍କା ଦରମା ମିଳିବ।

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରୀ। କିନ୍ତୁ ସରକାରୀ ନିୟମ ଅଧିନରେ ଅଧିକତମ ବୟସ ସୀମାରେ ଓବିସି ବର୍ଗରେ ପ୍ରାର୍ଥୀଙ୍କୁ ୩ ବର୍ଷ ପାଇଁ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ୫ ବର୍ଷର ଛୁଟ ମିଳିବ।

ଶିକ୍ଷାଗତ ଯୋଗ୍ୟତା : ଆଇଟିବିପି ହାବିଲଦାର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ୧୨ଶ ପାସ୍‌ କରିଥିବା ଜରୁରୀ। ଏହାଛଡା ପ୍ରାର୍ଥୀ ଇଂଲିଶ ଟାଇପିଂ ସ୍ପିଡ ୩୫ ଶବ୍ଦ ପ୍ରତିମିନିଟ ଏବଂ ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟ୍‌ ହେବା ଜରୁରୀ।

itbp 1

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନ ଶୁଳ୍କ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା : ହାବିଲଦାର ପଦବୀ ପାଇଁ ପ୍ରାର୍ଥୀ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା, ସ୍କିଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.adda247.com/jobs/wp-content/uploads/sites/14/2022/05/24110454/itbp-head-constable-sarkariresult_com.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.