JIO, ଏୟାରଟେଲ ଏବଂ Viର ବେଷ୍ଟ ରିଚାର୍ଜ ପ୍ଲାନ, ୩୦୦ ଟଙ୍କାରୁ ବି କମରେ ପାଆନ୍ତୁ ଅନଲିମିଟେଡ କଲିଙ୍ଗ ଏବଂ ଡାଟା

ଫୋନ୍‌ ଲୋକଙ୍କର ଆବଶ୍ୟକତାର ଏକ ଅଂଶ ହୋଇଗଲାଣି। ଫୋନ୍‌ ବିନା ଯେମିତି ଲୋକେ କିଛି ନାହିଁ ବୋଲି ଭାବନ୍ତି। ଲୋକମାନେ ହୁଏତ ଖାଦ୍ୟ ନଖାଇ ରହିଯିବେ କିନ୍ତୁ ଫୋନ ବିନା ଏକଦମ୍‌ ପାଗଳ ହୋଇଯିବେ। ଯେମିତି ଯେମିତି ଫୋନ୍‌ ଆଡଭାନ୍ସ ହେଇ ହେଇ ଯାଉଛି, ଏହାର ଆବଶ୍ୟକତା ମଧ୍ୟ ବଢ଼ିଚାଲିଛି। ଆଜିକା ଡେଟରେ ଅଧିକାଂଶ କାମ ଫୋନ୍‌ ଜରିଆରେ ହିଁ ହୋଇପାରୁଛି। ଏମିତିରେ ଇଣ୍ଟରନେଟ ବି ବହୁତ ବଡ ଭୂମିକା ନିଭାଇଥାଏ। ଗ୍ରାହକ ଅଧିକ ଡାଟା ପାଇବା ପାଇଁ ବଢ଼ିଆ ରୁ ବଢ଼ିଆ ପ୍ଲାନ ଖୋଜରେ ଅଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏୟାରଟେଲ, ଭୋଡାଫୋନ୍‌, ଆଇଡିଆ ଏବଂ ରିଲାନ୍ସ ଜିଓର ୩୦୦ ଟଙ୍କିଆ ପ୍ଲାନ ବିଷୟରେ କହିବୁ। ଯେଉଁଥିରେ ଆପଣ ପାଇପାରିବେ ବଢ଼ିଆ ଡାଟା ସହିତ ଅନେକ ଫିଚର୍ସ। ତାହେଲେ ଆସନ୍ତୁ ଜାଣିବା।

ଭିଆଇର ୩୦୦ ଟଙ୍କାରୁ କମ୍‌ ଟଙ୍କିଆ ପ୍ଲାନ୍‌

ଭୋଡାଫୋନ ଆଇଡିଆର ୩୦୦ ଟଙ୍କାରୁ କମ୍‌ ଦାମରେ ଅନେକ ପ୍ଲାନ ଉପଲବ୍ଧ ରହିଛି। ତେବେ ଏଥିମଧ୍ୟରୁ ପ୍ରଥମେ ଯଦି କହିବା ତାହେଲେ ୨୯୯ ଟଙ୍କାର ଏହି ପ୍ଲାନ ବିଷୟରେର ତ ତାହେଲେ ଏହି ପ୍ଲାନରେ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ମିଳିଥାଏ। ଏହାସହିତ ଏଥିରେ ଅନଲିମିଟେଡ କଲିଙ୍ଗ, ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମିଳିଥାଏ। ଏହି ପ୍ଲାନର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି।

ରିଲାଏନ୍ସ jioର ୩୦୦ ଟଙ୍କାରୁ କମ୍‌ ପ୍ଲାନ୍‌

jio ପ୍ଲାନ୍‌ ବିଷୟରେ କହିବା ତ ଗ୍ରାହକଙ୍କୁ ୨୯୯ ଟଙ୍କାରେ ବଢ଼ିଆ ପ୍ଲାନ ମିଳୁଛି। ଏହି ପ୍ଲାନରେ ୨ଜିବି ଡାଟା ମିଳିଥାଏ। ଏହାସହିତ ଗ୍ରାହକଭ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ଏସଏମଏସର ଫାଇଦା ମଧ୍ୟ ଦିଆଯାଇଥାଏ। ଜିଓର ଏହି ପ୍ଲାନର ଭ୍ୟାଲିଡିଟୀ ରହିଛି ୨୮ ଦିନ।

ଏହାବ୍ୟତୀତ ଜିଓର ଆଉ ଏକ ପ୍ଲାନ ରହିଛି ୨୫୯ ଟଙ୍କା। ଏହି ପ୍ଲାନରେ ଅନେକ ବେନିଫିଟ୍‌ ରହିଛି। କମ୍ପାନୀର ଏହା କ୍ୟାଲେଣ୍ଡର ମନଥ୍‌ ପ୍ଲାନ। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଇଥାଏ। ଗୋଟେ ଥର ଡାଟା ଶେଷ ହେବା ପରେ ଗ୍ରାହକଙ୍କୁ 64Kbpsର ସ୍ପିଡ୍‌ ମିଳିଥାଏ। ଡେଲି ଡାଟା ବେନିଫିଟ୍‌ ବ୍ୟତୀତ ଗ୍ରାହକଙ୍କୁ ଏହି ପ୍ଲାନରେ ଅନଲିମିଟେଡ ଭଏସ କଲିଙ୍ଗର ସୁବିଧା ମଧ୍ୟ ମିଳିଥାଏ।

ଏୟାରଟେଲର ୩୦୦ ଟଙ୍କାରୁ କମ୍‌ ମୂଲ୍ୟର ପ୍ଲାନ

ଏୟାରଟେଲ ଗ୍ରାହକଙ୍କ ପାଇଁ ୨୯୯ ଟଙ୍କାର ଏହି ପ୍ଲାନରେ ଅନଲିମିଟେଡ ଲୋକାଲ, ଏସଟିୀଡି ଏବଂ ରୋମିଙ୍ଗ କଲ୍‌ ମିଳିଥାଏ। ଏବଂ ପ୍ରତିଦିନ ୧.୫ ଜିବି ଡାଟା ମିଳିଥାଏ। ଗ୍ରାହକଙ୍କୁ ଏହି ପ୍ଲାନରେଏକ୍ସଟ୍ରୀମ ମୋବାଇଲ ପ୍ୟାକ ବେନିଫିଟ ମଧ୍ୟ ମିଳିବ। ଏହି ପ୍ଲାନର ବୈଧତା ୨୮ ଦିନର ରହିଛି। ପ୍ଲାନ ସହିତ ଫାସଟାଗର ୧୦୦ ଟଙ୍କାର କ୍ୟାସବ୍ୟାକ୍‌ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.