Below header

ସେଭିଂ ଆକାଉଣ୍ଟରେ କେଉଁ ବ୍ୟାଙ୍କ ଦେଉଛି ସବୁଠୁ ଅଧିକ ସୁଧ, ଜାଣନ୍ତୁ ଏଠାରେ

ନୂଆଦିଲ୍ଲୀ : ଏବେ ସେଭିଂ ଆକାଉଣ୍ଟ ଉପରେ କେତେକ ବ୍ୟାଙ୍କ ଭଲ ସୁଧ ଦେଉଛନ୍ତି । ଯଦି ଆପଣ ଆଜି ବ୍ୟାଙ୍କ ଖାତା ଖୋଲିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ କେତେ ସୁଧ ଦେଉଛି ।  ଫଳରେ ଆପଣଙ୍କୁ ସୁବିଧା ହେବ ଜାଣିବାରେ କେଉଁଥିରେ ଖାତା ଖୋଲିଲେ ଅଧିକ ଫାଇଦା ହେବ ।

ଏହି ବ୍ୟାଙ୍କ ଦେଉଛି ସେଭିଂ ଆକାଉଣ୍ଟରେ ଏତେ ସୁଧ :

ଆଜି ଆମେ ଆପଣଙ୍କୁ କେତେକ ବ୍ୟାଙ୍କ ସର୍ମ୍ପରେ କହିବୁ ଯେଉଁଠି ଆପଣ ଆକାଉଣ୍ଟ ଖୋଲିଲେ ପାଇବେ ଫାଇଦା । ଆରବିଏଲ୍‌ ୪.୨୫ ରୁ ୬.୦୦ ପ୍ରତିଶତ ସୁଧ ଦେଉଥିବା ବେଳେ ବନ୍ଧନ ବ୍ୟାଙ୍କ ୩ ରୁ ୬ ପ୍ରତିଶତ, ଇଣ୍ଡସଇଣ୍ଡ ବ୍ୟାଙ୍କ୍‌ ୪ ରୁ ୬ ପ୍ରତିଶତ, ୟସ୍‌ ବ୍ୟାଙ୍କ୍‌ ୪ ରୁ ୫.୫୦ ପ୍ରତିଶତ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ୪ ରୁ ୫ ପ୍ରତିଶତ ଓ ପୋଷ୍ଟଅଫିସ ୪ ପ୍ରତିଶତ ସୁଧ ଦେଉଛି ।

ସେହିପରି,  ଆଇସିଆଇସିଆଇ ୩ ରୁ ୩.୫୦ ପ୍ରତିଶତ, ପଞ୍ଜାବ ନେସନାଲ ବ୍ୟାଙ୍କ୍‌ ୨.୯୦ ପ୍ରତିଶତ, ଏଚ୍‌ଡିଏଫ୍‌ସି ୩ ରୁ ୩.୫୦ ପ୍ରତିଶତ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨.୯୦ ପ୍ରତିଶତ ଓ ଏସ୍‌ବିଆଇ ୨.୭୦ ପ୍ରତିଶତ ସୁଧ ଦେଉଛି । ତେଣୁ କେଉଁ ବ୍ୟାଙ୍କରେ ଖାତା ଖୋଲିବା ପୂର୍ବରୁ ଏହି ଖବର ଜରୁର ପଢ଼ନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.