Below header

ମୋଦି ଜମା କରିବେ ଖାତାରେ ଟଙ୍କା, ୧୦ ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ଆକାଉଣ୍ଟକୁ ଆସିବ ଅର୍ଥ

କରୋନା ଭାଇରସ ମହାମାରୀ ସଂକଟକୁ ଲକ୍ଷ୍ୟ କରି ମୋଦି ସରକାର ମହିଳାଙ୍କ ଜନଧନ ଖାତାରେ ଏପ୍ରିଲ ମାସରୁ ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସ ୫୦୦ ଟଙ୍କା ଲେଖାଁଏ ଟ୍ରାନ୍ସଫର କରୁଛନ୍ତି। ଉପଭୋକ୍ତାଙ୍କ ଆକାଉଣ୍ଟରେ ୫୦୦ ଟଙ୍କା ଲେଖାଁଏ ଜୁନ ୧୦ ପର୍ଯ୍ୟନ୍ତ ଜମା କରାଯିବ। ଏହି ଟଙ୍କା ତୃତୀୟ ତଥା ଶେଷ କିସ୍ତି ଅଟେ। ଏହାପୂର୍ବରୁ ମଧ୍ୟ ସରକାର ଦୁଇ ଥର ୫୦୦-୫୦୦ ଟଙ୍କା ଉପଭୋକ୍ତାଙ୍କ ଖାତାରେ ଜମା କରିସାରିଛନ୍ତି। ଜନଧନ ଖାତାର ପ୍ରଥମ କିସ୍ତି ଏପ୍ରିଲରେ, ଦ୍ୱିତୀୟ କିସ୍ତି ମେ ଏବଂ ତୃତୀୟ କିସ୍ତି ଏବେ ଜୁନରେ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜମା କରାଯିବ।

ବ୍ୟାଙ୍କରେ ଟଙ୍କା ଉଠାଇବା ପାଇଁ ଯେପରି ଅଧିକ ଭିଡ ନ ଲାଗୁ ସେଥିପାଇଁ ଅନେକ ସୁବିଧା ମଧ୍ୟ କରିଦିଆଯାଇଛି। ଆକାଉଣ୍ଟ ନମ୍ବର ଶେଷ ସଂଖ୍ୟା ଅନୁଯାୟୀ ଟଙ୍କା ଉଠାଇବାର ସୁବିଧା ଦିଆଯାଇଛି। ଏଥିସହିତ ଖାତାଧାରକ ବ୍ୟାଙ୍କ ବ୍ରାଞ୍ଚରେ ଯାଇ ଟଙ୍କା ନେଇପାରିବେ ନଚେତ ଏଟିଏମ ଦ୍ୱାରା ମଧ୍ୟ ଉଠାଇପାରିବେ।

womenଏହି ତାରିଖ ଅନୁଯାୟୀ ଉଠାଇପାରିବେ ଟଙ୍କା

  • ପ୍ରଣାଳୀ ଅନୁଯାୟୀ ଯେଉଁ ମହିଳାଙ୍କ ଜନଧନ ଆକାଉଣ୍ଟର ଅନ୍ତିମ ଅଙ୍କ ୦ କିମ୍ବା ୧, ସେମାନେ ଆଜି ଅର୍ଥାତ ୪ ମେ ୨୦୨୦କୁ ବ୍ୟାଙ୍କ ଯାଇ ଟଙ୍କା ଆଣିପାରିବେ।
  • ଯେଉଁ ମହିଳାଙ୍କ ଜନଧନ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୨ ଓ ୩, ସେମାନେ ୫ ମେ ଅର୍ଥାତ ଆସନ୍ତାକାଲି ଏହି ଟଙ୍କାକୁ ଉଠାଇପାରିବେ।
  • ସେହିପରି ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୪ ଓ ୫, ସେମାନେ ମେ ୬ ତାରିଖରେ ଉଠାଇପାରିବେ।
  • ଯେଉଁମାନଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୬ ଓ ୭, ସେମାନେ ୮ ତାରିଖ ଏବଂ ଯେଉଁମାନଙ୍କର ଆକାଉଣ୍ଟ ନମ୍ବରର ଅନ୍ତିମ ଅଙ୍କ ୮ ଓ ୯ ସେମାନେ ମେ ୧୧ ତାରିଖରେ ଉଠାଇପାରିବେ।
  • ସେହିପରି ୧୧ ମେ ପରେ ଯଦି କୌଣସି ହିତାଧିକାରୀ ଟଙ୍କା ଆଣିପାରିନାହାନ୍ତି ସେମାନେ ତାଙ୍କ ସୁବିଧା ଅନୁଯାୟୀ ବ୍ୟାଙ୍କରୁ ଟଙ୍କା ଆଣିପାରିବେ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲାଯାଇଥିବା ଖାତାର ଗ୍ରାହକଙ୍କୁ ଅନେକ ସୁବିଧା ଦିଆଯାଇଥାଏ। ଦେଶରେ ଏହି ସମୟରେ ୩୮.୫୭ କୋଟି ଲୋକଙ୍କ ପାଖରେ ଜନଧନ ଆକାଉଣ୍ଟ ରହିଛି। ଯେଉଁଥିରେ ପ୍ରାୟ ୨୦.୦୫ କୋଟି ମହିଳାଙ୍କ ନାମରେ ଜନ ଧନ ଖାତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.