Below header

ପାକିସ୍ତାନ ରେଳ ମନ୍ତ୍ରୀ କରୋନା ପଜେଟିଭ୍‌, ଜଣେ ମନ୍ତ୍ରୀ ଓ ୪ ସାଂସଦଙ୍କର ହୋଇସାରିଲାଣି ମୃତ୍ୟୁ

ଇସ୍‌ଲାମ୍‌ବାଦ : ପାକିସ୍ତାନରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏ ପର୍ଯ୍ୟନ୍ତ କରୋନାରେ ଭାଇରସ୍‌ରେ ଜଣେ ମନ୍ତ୍ରୀଙ୍କ ସହ ୪ ଜଣ ସାଂସଦଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ପାକିସ୍ତାନର ରେଳ ମନ୍ତ୍ରୀ ସେକ୍‌ ରସିଦ୍‌ ମହମ୍ମଦ୍‌ ମଧ୍ୟ କରୋନା ପଜେଟିଭ୍‌ ଥିବା ଜଣାଯାଇଛି ।

ହେଲେ ତାଙ୍କ ଠାରେ କୈାଣସି ଲକ୍ଷଣ ଥିବା ଦେଖା ଯାଇନଥିଲା । ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ପାକିସ୍ତାନର ବିଧାୟକ ଚୈାଧୁରୀ ଅଲ୍ଲୀ ଅଖତରଙ୍କୁ ମଧ୍ୟ କରୋନା ପଜେଟିଭ୍‌ ଥିବା ଦେଖା ଯାଇଥିଲା ।

pak-corona

ସେ କିଛିଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏବେ ସୁସ୍ଥ ଅଛନ୍ତି । ପାକିସ୍ତାନରେ ୨୦୩୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ହଜାର ୪୬୫ କରୋନା ରୋଗୀ ଏଯାଏ ସୁସ୍ଥ ହୋଇଛନ୍ତି । ପାକିସ୍ତାନରେ ଏପର୍ଯ୍ୟନ୍ତ କରୋନା ରୋଗୀଙ୍କ ସଂଖ୍ୟା ଲକ୍ଷେ ପାର ହୋଇଛି ।

ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ୩୭ ହଜାର ୦୯୦, ସିନ୍ଧରେ ୩୮ ହଜାର ୧୦୮, ଖେର-ପକ୍ତୁନଖାରେ ୧୩ ହଜାର ୪୮୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ଏବେ ବିଶ୍ୱ କରୋନା ତାଲିକାରେ ପାକିସ୍ତାନ ୧୬ ତମ ଦେଶ ଭାବେ ନିଜର ସ୍ଥାନ ବଜାୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.