ମାତ୍ର ୩ ଦିନରେ କୋଭିଡ୍‌-୧୯ ରୋଗୀଙ୍କୁ ସୁସ୍ଥ କରୁଛି କ୍ୟାନ୍‌ସର ଔଷଧ, ଦାବି କଲା ନ୍ୟାସନାଲ କ୍ୟାନ୍‌ସର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌

କରୋନା ଭାଇରସ୍‌ ଯୋଗୁ ଏବେ ବିଶ୍ୱର ସବୁ ଦେଶ ଚିନ୍ତିତ। ଭାଇରନ୍‌ର ମେଡିସିନ୍‌ ବାହାରିପାରୁନଥିବାରୁ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୂର୍ବରୁ ଦିନକୁ ୫୦-୧୦୦ ଜଣ ସଂକ୍ରମିତ ବାହାରୁଥିବା ବେଳେ ଏବେ ପ୍ରତିଦିନ ହଜାରେରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ତେବେ କରୋନା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସବୁଦେଶର ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି। ଭାରତରେ ମଧ୍ୟ କରୋନା ପାଇଁ ଟୀକା ପ୍ରସ୍ତୁତ ହେଉଛି। ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଆମେରିକାରେ ବୈଜ୍ଞାନିକ କରୋନା ରୋଗୀଙ୍କ ଉପରେ ଏକ ଏଭଳି ଔଷଧ ଟେଷ୍ଟ କରିଛନ୍ତି ଯାହା ଦ୍ୱାରା ରୋଗୀ ସୁସ୍ଥ ହେଉଛନ୍ତି।

Blood Cancer

ଏନେଇ ନ୍ୟାସନାଲ କ୍ୟାନସର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ରିସର୍ଚ୍ଚକର୍ତ୍ତା ଦାବି କରିଛନ୍ତି ଯେ କରୋନା ରୋଗୀଙ୍କୁ ଯଦି କ୍ୟାନସରର ମେଡିସିନ୍‌ ଦିଆଯାଏ ତେବେ ସେ କିଛି ପରିମାଣରେ ସୁସ୍ଥ ହୋଇପାରନ୍ତି। ତାଙ୍କ କହିବାନୁସାରେ କରୋନା ରୋଗୀଙ୍କୁ ରକ୍ତ କର୍କଟର ମେଡିସିନ୍‌ ଦେଲେ ନିଃଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟା ଦୂର ହେବ। ଏହା ଦ୍ୱାରା ରୋଗୀଙ୍କ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢ଼ିବ। ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହେଲେ ରୋଗୀ ଶୀଘ୍ର କରୋନା ମୁକ୍ତ ହେବେ ବୋଲି ରିସର୍ଚ୍ଚକର୍ତ୍ତା କହିଛନ୍ତି।

ରିପୋର୍ଟ ମୁତାବକ ASTRAZENECAର କ୍ୟାନ୍‌ସର ମେଡିସିନ୍‌ ‘Acalabrutinib’ କରୋନା ରୋଗୀଙ୍କ ଶରୀରରେ ବିଟିକେ ପ୍ରୋଟିନ୍‌ ବା ଟାୟରୋସିନ୍‌ କାଇନେଜ୍‌କୁ ବ୍ଲକ୍‌ କରେ। ବିଟିକେ ପ୍ରୋଟିନ୍‌ ରୋଗ ପ୍ରତିରକ୍ଷା ତନ୍ତ୍ର ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଗ୍ରହଣ କରିବାକୁ ବିଶେଷଜ୍ଞ ମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.