ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା କରୋନା, ଦୁଇ ସେନା କର୍ମଚାରୀ ପଜେଟିଭ ଚିହ୍ନଟ

ବାଲେଶ୍ୱର (କେ ନ୍ୟୁଜ୍‌) : ଚାନ୍ଦିପୁର ସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ ପ୍ରତିରକ୍ଷା କର୍ମଚାରୀ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବା ସତ୍ତ୍ବେ ପ୍ରତିରକ୍ଷା ବିଭାଗରେ ଏହି କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ପରେ ଉଭୟ ପିଏକ୍ସଇ ଓ ଆଇଟିଆର ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ସମ୍ପୃକ୍ତ ୨ ପ୍ରତିରକ୍ଷା କର୍ମଚାରୀଙ୍କ ନିକଟରେ କରୋନା ଲକ୍ଷଣ ଜଣାପଡ଼ିବା ପରେ ଗତ ଶନିବାର ଦିନ ତାଙ୍କୁ କୋଲକାତା ସ୍ଥିତ କମାଣ୍ଡୋ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ସ୍ୱାବ୍ ନମୂନା ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡ଼ିଥିଲା। ଏହା ପରେ ଦୁଇଜଣ କର୍ମଚାରୀଙ୍କୁ ବାରାକପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ଏପଟେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଚାନ୍ଦିପୁରକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ଏକ୍ସପର୍ଟ ଟିମ୍ ପରିଦର୍ଶନ କରି କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ୍ କରାଯାଉଛି। ସେହିପରି ପିଏକ୍ସଇ କର୍ମଚାରୀମାନଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଥିବା ବେଳେ ସମସ୍ତଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.