Below header

ଫସଲ ନଷ୍ଟ ଅଭିଯୋଗରେ କ୍ଷେତରେ ହଳ କଲା ଝିଣ୍ଟିକା, ଦେଖନ୍ତୁ ମଜାଦାର୍ ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଜୀବ-ଜନ୍ତୁଙ୍କୁ ନେଇ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏସବୁ ମଧ୍ଯରେ ସାମାନ୍ଯ ଏକ ଝିଣ୍ଟିକା ଏକ ଛୋଟ ହଳ ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଫସଲ ନଷ୍ଟ କରୁଥିବା ଝିଣ୍ଟିକା ଭଲ ଫସଲ ପାଇଁ କ୍ଷେତରେ ହଳ କରୁଥିବାର ନଜର ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। କାରଣ ଝିଣ୍ଟିକା ଫସଲ ନଷ୍ଟ କରିବା କଥା ପୂର୍ବରୁ ଆପଣମାନେ ବହୁତ ଥର ଶୁଣିଥିବେ କିନ୍ତୁ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି। ଯେଉଁଥିରେ ଦେଖିବାକୁ ମିଳିଛି ଫସଲ ନଷ୍ଟ ନୁହେଁ ବରଂ ଭଲ କ୍ଷେତରେ ଭଲ ଫସଲ ଫଳାଇବା ପାଇଁ ହଳ ଚଳାଉଥିବାର ନଜର ଆସିଛି।

tiddaସୂଚନା ମୁତାବକ ଏହି ଭିଡିଓକୁ ୟୁପିର ଏସପି(SP) ରାହୁଲ ଶ୍ରୀବାସ୍ତବ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ‘ପ୍ରିୟର ଝିଣ୍ଟିକା ତୁମେ ଆମର ଫସଲକୁ ନଷ୍ଟ କରୁଥିବାରୁ ଆମେ ତୁମ ଦ୍ବାରା ଏପରି ହଳ ଚଳାଉଛୁ।’

ଏହି ଭିଡିଓକୁ ବର୍ତ୍ତମାଦନ ସୋସିଆଲ ମିଡିଆରେ ୩ହଜାରରୁ ଅଧିକ ଲୋକ ଦେଖିବା ସହ ଅନେକ ଲୋକ କମେଣ୍ଟ ମଧ୍ଯ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.