Below header

କରୋନାରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଚାକିରି ଦେବ ଏହି ସରକାରୀ କମ୍ପାନୀ

ଏୟାର ଇଣ୍ଡିଆର ଗ୍ରାଉଣ୍ଡ ହ୍ୟାଣ୍ଡେଲିଙ୍ଗ ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସ ଲିମିଟେଡଏକ ନୋଟିସ ଜାରି କରିଛି ଯେଉଁଥିରେ କମ୍ପାନୀ ଜଣାଇଛି ଯେ କରୋନା ଭାଇରସ ସଂକ୍ରମଣ କାରଣରୁ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ହୋଇଯାଏ ତେବେ କମ୍ପାନୀ ତାଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ଦେବ। କମ୍ପାନୀର ମହାପ୍ରବନ୍ଧକ ୬ ଜୁନରେ ଏହି ଆଦେଶ ଜାରି କରିଛନ୍ତି। କମ୍ପାନୀର ଦିଆଯାଇଥିବା ସର୍ତ୍ତ ଅନୁଯାୟୀ ଏୟାରପୋର୍ଟରେହିଁ ଏହି ଜବ୍‌ ପ୍ରୋଭାଇଡ କରାଯିବ। AIASL ଦେଶର ୮୧ ଏୟାରପୋର୍ଟ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ କରିଥାଏ।

ଏହି କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ

Air-India2ଜୁନ ୬ ତାରିଖରେ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କର କୋଭିଡ-୧୯ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ପାଇଲଟ ଏପ୍ରିଲରେ ହିଁ ରିଟାୟର୍ଡ ହୋଇଥିଲେ। ନୋଟିସ ଅନୁଯାୟୀ କରୋନା ଭାଇରସ ଭଳି ରାଷ୍ଟ୍ରବ୍ୟାପୀ ସଂକଟକୁ ଧ୍ୟାନରେ ରଖି AIASL ଏହି ନିର୍ଣ୍ଣୟ ନେଇଛି। କମ୍ପାନୀ ଏୟାର ଇଣ୍ଡିଆ କିମ୍ବା ତାର କୌଣସି ସହାୟକ କମ୍ପାନୀର କର୍ମଚାରୀଙ୍କର କୋଭିଡ-୧୯ରେ ମୃତ୍ୟୁ ହେଉଛି ତେବେ ମାନବୀୟ ଆଧାର ଅନୁଯାୟୀ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଉପଯୁକ୍ତ ଚାକିରି ମିଳିବ। ଏହି ଆଦେଶ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏଲାଏନ୍ସ ଏୟାର ଏବଂ ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ ଲିମିଟେଡ୍‌ ଉପରେ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.