କାଳ ହେଲା ଘଡଘଡି ସହ ବର୍ଷା, ରାଜ୍ୟରେ ବଜ୍ରାଘାତରେ ୯ ମୃତ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହ ବଜ୍ରାଘାତରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବ୍ରହ୍ମପୁର, ଗଜପତି, କଟକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ୍ ମାଝିଗୁଡ଼ା ଗାଁର ମୁଖ୍ୟ ରାସ୍ତାରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ସୁନାଡଙ୍ଗରି ଗାଁର ନରସିଂହ ମାଝି ସାଙ୍ଗମାନଙ୍କ ସହ ମିରିଗୁଡ଼ା ଗାଁକୁ କ୍ରିକେଟ୍ ଖେଳ ଦେଖିବାକୁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କର ପ୍ରାଣ ଯାଇଛି । ସେହିଭଳି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ମଳାଢି ଗାଁର ସରୋଜ ଜେନା ବିଲରେ ଚାଷ କାର‌୍ୟ୍ୟ କରୁଥିବା ବେଳେ ହଠାତ୍ ବଜ୍ରାଘାତ ଲାଗିବାରୁ ଘଟଣାସ୍ଥଳରେ ଟଳିପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.