Below header

ସାନ୍ତାଳୀ କଣ୍ଠଶିଳ୍ପୀ ବସେନ ମୁର୍ମୁଙ୍କ ଅକାଳ ବିୟୋଗ, ମାତ୍ର ୩୩ ବର୍ଷ ବୟସରେ ଚାଲିଗଲେ ଆରପାରି

ରାଇରଙ୍ଗପୁର (କେ ନ୍ୟୁଜ୍‌) : ଆରପାରିରେ ପ୍ରସିଦ୍ଧ ସାନ୍ତାଳୀ କଣ୍ଠଶିଳ୍ପୀ ବସେନ ମୁର୍ମୁ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା ।
ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲା ବିଜାତଳା ବ୍ଲକ ବରାଜିଆଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବସେନ । ପୂର୍ବରୁ କୌଣସି ରୋଗର ଲକ୍ଷଣ ନ ଥିଲେ ମଧ୍ୟ ସକାଳୁ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ସଂଗେ ସଂଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତାଙ୍କ ବିୟୋଗରେ ଆଦିବାସୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ଶହ ଶହ ଲୋକପ୍ରିୟ ସଙ୍ଗୀତରେ କଣ୍ଠଦାନ କରି ହଜାର ହଜାର ଆଦିବାସୀଙ୍କ ମାନପ୍ରାଣକୁ ସମ୍ମୋହିତ କରି ରଖିଥିଲେ କଣ୍ଠ ଶିଳ୍ପୀ ବସେନ ମୁର୍ମୁ । ସାନ୍ତାଳୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ ଭାରତର ସାନ୍ତାଳୀ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ମୃତ୍ୟୁ ତାଙ୍କର ଫ୍ୟାନ୍‌ମାନଙ୍କୁ ଗଭୀର ଆଘାତ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.