କେନ୍ଦ୍ର ସରକାରଙ୍କ ବହୁତ ଭଲ ଆଉ ବଢ଼ିଆ ମହତ୍ତାକାଂକ୍ଷୀ ଯୋଜାନା ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ୨୦୧୪ରେ ଆରମ୍ଭ କରିଥିଲେ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗରିବ ଏବଂ ଦାରିଦ୍ୟ ସୀମା ରେଖାରେ ଥିବା ଲୋକଙ୍କୁ ବ୍ୟାକିଂଙ୍ଗ ସିଷ୍ଟମ ସହ ଯୋଡିବା। କେନ୍ଦ୍ର ସକରାରଙ୍କ ସମସ୍ତ ଯୋଜାନର ଲାଭ ଏହି ଖାତା ଜରିଆରେ ଉପଭୋକ୍ତାଙ୍କ ପାଖକୁ ପହଁଚିଥାଏ। ଦେଶରେ ଏବେ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୩୮ କୋଟି ରୁ ଅଧିକ ଲୋକ ଖାତା ଖୋଲି ସାରିଲେଣି। ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟରେ ବହୁତ ଏମିତି ଫାଇଦା ରହିଛି, ଯାହାର ଲାଭ ଆପଣ ମଧ୍ୟ ଉଠାଇପାରିବେ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଅନେକ ଫାଇଦା ରହିଛି। ଏଥିରେ ଆପଣଙ୍କୁ କୌଣସି ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ। ଏଥିରେ ଜମା ରାଶି ଅନୁଯାୟୀ ସୁଧ, ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା,ଲାଭାର୍ଥୀଙ୍କ ମୃତ୍ୟୁ ହେଲେ ୩୦,୦୦୦ ଟଙ୍କାର ଇନସୁରାନ୍ସ କଭର ମିଳିଥାଏ। ସରକାରୀ ଯୋଜନାର ଲାଭାର୍ଥୀ ମାନଙ୍କୁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ସାହାଯ୍ୟ ମିଳିଥାଏ। ଖାତାଧାରକଙ୍କୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ମିଳିଥାଏ। ଅର୍ଥାତ ଯଦି ଆପଣଙ୍କ ଖାତାରେ ଜିରୋ ବାଲାନ୍ସ ଥାଏ ତାହେଲେ ଆପଣ ୫୦୦୦ ଟଙ୍କା ମଧ୍ୟ ଉଠାଇପାରିବେ।
ଏବେ ଆସନ୍ତୁ ଜାଣିବା କେମିତି ଖୋଲିବେ ଜନଧନ ଖାତା
- ଜନଧନ ଖାତା ଖୋଲିବା ପାଇଁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ, ଅଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ, ପାନ କାର୍ଡ, ମନରେଗା ଜବ କାର୍ଡ ବ୍ୟତୀତ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପରିଚୟ ପତ୍ରକୁ ମଧ୍ୟ କାମରେ ଲଗାଇପାରିବେ।
- ଖାତା ଖୋଲିବା ପାଇଁ ଆପଣ ଅଫିସିଆଲ ୱେବସାଇଟ pmjdy.gov.in କିମ୍ବା କୌଣସି ବ୍ୟାଙ୍କର ୱେବସାଇଟରୁ ଏହାର ଫର୍ମ ଡାଉନଲୋଡ କରିପାରିବେ।
- ଫର୍ମକୁ ସମ୍ପୂର୍ଣ୍ଣ ଭାବରେ ଭରନ୍ତୁ, ଜରୁରୀ କାଗଜପତ୍ର ଏକାଠି କରନ୍ତୁ।
- ଏହି କାଗଜପତ୍ରକୁ ଆପଣଙ୍କ ନିକଟସ୍ଥ ବ୍ୟାଙ୍କରେ ଜମା କରିବାକୁ ହେବ।
- ଦସ୍ତାବିଜକୁ ଭେରିଫାଏ କରାଯିବା ପରେ ଆପଣଙ୍କ ଜନଧନ ଆକାଉଣ୍ଟ ଖୋଲିଯିବ।