ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିସନରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ହାଜର

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନରେ ହାଜର ହେଲା ଓଟିଭି। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ହାଜର ହୋଇଛନ୍ତି। ଏହା ସହ ଜଗି ପଣ୍ଡାଙ୍କ ଓକିଲ ଓ ପିଆରଓ ମଧ୍ୟ ହାଜର ହୋଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୧ତାରିଖରେ ଓଟିଭି ଏମଡି ଜଗି ପଣ୍ଡା ମହିଳା କମିସନଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ ଶୁଣାଣି ପୂର୍ବରୁ ସେ ପଳାଇ ଆସିଥିଲେ । ଫଳରେ ଉଭୟ ପକ୍ଷଙ୍କ ଶୁଣାଣି ହୋଇପାରିନଥିଲା ।
ପରେ ଅକ୍ଚୋବର ଏକ ତାରିଖରେ ଜଗି ପଣ୍ଡା କମିସନରେ ହାଜର ନହୋଇ ତାଙ୍କ ପ୍ରତିନିଧିଙ୍କୁ ପଠାଇଥିଲେ। ତେବେ ଏନେଇ ଓଟିଭି ଏମଡି କୌଣସି ଲେଟର ପ୍ରଦାନ କରିନଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏମଡି ବ୍ୟକ୍ତିଗତ ଭାବେ ହାଜର ହୋଇନପାରିଥିବାରୁ ଏହାର କାରଣ ନେଇ ଲିଖିତ ଆଧାରରେ ଦାଖଲ କରିବେ। ପ୍ରତିନିଧିଙ୍କୁ ପଠାଇବା ନେଇ ମଧ୍ୟ ଅଥରାଇଜ ଲେଟର ଦେଇନାହାନ୍ତି। ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍ଡିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ମହିଳା କମିଶନ ନୋଟିସ୍ ଜାରି କରିଥିଲେ । ଆଜି ଏହି ମାମଲାରେ ଓଟିଭି ଏମଡିଙ୍କ ପ୍ରତିନିଧି ହାଜର ହୋଇଛନ୍ତି।