ବିଷ ଓଗାଳୁଛି ଶିବସେନା: କହିଲା- ସୁଶାନ୍ତ ସିଂହ ଜଣେ ‘ଚରିତ୍ର ହୀନ’ ବ୍ୟକ୍ତି, ଏହି କାରଣରୁ ନିଜକୁ ମାରିଛନ୍ତି

ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲଗାତାର ନିଜ ପ୍ରତିକ୍ରିୟା ଦେଉଥିବା ଶିବସେନା ଏଥରକ ସବୁ ସୀମା ଟପିଯାଇଛି। ପାର୍ଟି ଏମ୍‌ସ ରିପୋର୍ଟ ଆଧାରରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଚରିତ୍ରହୀନ କହିଛନ୍ତି। ଶିବସେନାର ଏହି ବୟାନକୁ ସମସ୍ତେ ବିରୋଧ କରୁଥିବା ଦେଖାଯାଇଛି।

ଶିବସେନାର ମୁଖପତ୍ର ସାମ୍‌ନାରେ ଲେଖାଯାଇଛି ସୁଶାନ୍ତ ବିଫଳତା ଓ ନିରାଶାଗ୍ରସ୍ତ ଥିଲେ। ଜୀବନର ଅସଫଳତାକୁ ସେ ସମ୍ଭାଳି ପାରିନଥିଲେ। ସେଥିପାଇଁ ସେ ମାଦକ ଦ୍ରବ୍ୟ ସେବନ ଆରମ୍ଭ କରି ଦେଇଥିଲେ ଓ ଗୋଟିଏ ଦିନ ଫାଶୀ ଲଗାଇ ନିଜ ଜୀବନଲୀଳା ସମାପ୍ତ କରି ଦେଲେ। କେବଳ ଏତିକି ନୁହେଁ ପାର୍ଟି ତରଫରୁ ଆହୁରି ଲେଖାଯାଇଛି ଯେ ସିବିଆଇ ଯାଞ୍ଚରେ ସାମ୍ନାକୁ ଆସିଛି ଯେ ସୁଶାନ୍ତ ସିଂହ ଜଣେ ଚରିତ୍ରହୀନ ଓ ଚଞ୍ଚଳ କଳାକାର ଥିଲେ।

sushantaa

ଶିବସେନା ତରଫରୁ କୁହାଯାଇଛି ସୁଶାନ୍ତ ମାମଲାକୁ ରାଜନୀତିକରଣ କରାଯାଇଛି। ବିହାର ନିର୍ବାଚନ ପାଇଁ କୌଣସି ମୁଦ୍ଦା ନଥିବାରୁ ନୀତିଶ କୁମାର ଓ ସେଠାକାର ନେତାମାନେ ଏହି ବିଷୟ ଉଠାଇଛନ୍ତି। ଏଥିପାଇଁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱରଙ୍କୁ ବର୍ଦ୍ଦିରେ ନଚାଇଥିଲେ ଓ ଶେଷରେ ଏହି ମହାଶୟ ନୀତିଶ କୁମାରଙ୍କ ପାର୍ଟିରେ ସାମିଲ ହୋଇଗଲେ। ଏହା ଦ୍ୱାରା ତାଙ୍କ ଖାକି ବର୍ଦ୍ଦିର ବସ୍ତ୍ରହରଣ ହୋଇଗଲା।

kangana

ସାମ୍‌ନାର ସମ୍ପାଦକୀୟରେ କଙ୍ଗନା ରାଣାଓ୍ଵତଙ୍କ ବିଷୟରେ ମଧ୍ୟ ଲେଖାଯାଇଛି। କଙ୍ଗନାଙ୍କ ନାଁ ନ ଲେଖି ଲେଖାଯାଇଛି ସୁଶାନ୍ତଙ୍କ ମୃତ୍ୟୁକୁ ଯିଏ ଘାଣ୍ଟିଥିଲେ, ମୁମ୍ବାଇକୁ ପାକିସ୍ତାନ ଓ ବାବରଙ୍କ ଉପମା ଦେଇଥିଲେ ସେ ଅଭିନେତ୍ରୀ ଏବେ କେଉଁ ଗାତରେ ଲୁଚିଛନ୍ତି? ହାଥରସରେ ଜଣେ ଯୁବତୀକୁ ବଳାତ୍କାର କରି ମାରି ଦିଆଗଲା। ସେଠାକାର ପୋଲିସ ମୃତଦେହର ଅପମାନ କରି ରାତି ଅଧିଆ ପୋଡ଼ିଦେଲା। ତା ଉପରେ ଅଭିନେତ୍ରୀ ଆଖିରେ ଗ୍ଲିସରିନ୍‌ ପକାଇ ବି କାହିଁକି କାନ୍ଦିଲେ ନାହିଁ।