Below header

ଯୋଡାରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ହାଇୱା, ୩ଗୁରୁତର

ଯୋଡା: ଯୋଡାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ହାଇୱା । କେନ୍ଦୁଝର ବଲାଣି ଥାନା ଡର୍ବୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ହାଇୱା ରାସ୍ତା ପାର୍‌ କରି ଡ୍ରେନ୍‌ ଡେଇଁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରକୁ ପଶିଯାଇଥିଲା । ଫଳରେ ଘରେ ଶୋଇଥିବା ତାଙ୍କର ୩ଟି ଛୁଆ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଘରେ ଶୋଇଥିବା ଗୋପାଳ ଓ ତାଙ୍କ ସ୍ତ୍ରୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଗୁରୁତର ୩ ଜଣଙ୍କୁ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ହାଇୱାଟି ଗୋପାଳଙ୍କ ବଡ ଝିଅ ୨୦ ବର୍ଷିୟା ରେଶ୍ମାଙ୍କ ଅଣ୍ଟା ଉପରେ ଚଢି ଯାଇଥିଲା । ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବଲାଣି ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.