ବିରାଟଙ୍କ ମନ ଜିଣିନେଲେ  ରାଜସ୍ଥାନର ଏହି ଖେଳାଳି, ଆଉ କୋହଲି ଦେଲେ ଏମିତି ଉପହାର

ଗତକାଲି ଆବୁଧାବିରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଆରସିବି ୮ ୱିକେଟରେ ଜିତିଥିଲା। ବିଜୟ ପରେ ଆରସିବି ଅଧିନାୟକ ବିରାଟ କୋହଲି ରାଜସ୍ଥାନର ଅଲରାଉଣ୍ଡର ରାହୁଲ ତିୱାତିଆଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି।

କୋହଲି ନିଜ ଦସ୍ତଖତ କରିଥିବା ଏକ ଜର୍ସି ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଏହି ଜର୍ସିରେ “ପ୍ରିୟ ରାହୁଲ, ଶୁଭେଚ୍ଛା” ବୋଲି କୋହଲି ଲେଖିଥିଲେ। କୋହଲି-ରାହୁଲଙ୍କ ଫଟୋକୁ ଆଇସିସି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ଏହାର ଶିରୋନାମାରେ ଆଇସିସି ଲେଖିଛି, ”ବିରାଟ ଦେଇଥିବା ଏହି ସ୍ବତନ୍ତ୍ର ଅଟୋଗ୍ରାଫ ଜର୍ସି ରାହୁଲ ତିୱାତିଆଙ୍କ ଖେଳ ଜୀବନକୁ ସ୍ବୀକୃତି ଦେବ।”


ସୂଚନାଯୋଗ୍ୟ ଯେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ତିୱାତିଆ ଚମତ୍କାର ବ୍ୟାଟିଂ କରିଥିଲେ। ସେଲ୍ଡନ କଟ୍ରେଲ୍ଙ୍କ ଗୋଟିଏ ଓଭରରେ ସେ ୫ ଛକା ମାରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଏହି ମ୍ୟାଚରେ ସେ ୩୧ ବଲ ୫୩ ରନ୍ ସଂଗ୍ରହ କରିଥିଲେ।