Below header

ଢେଙ୍କାନାଳ: ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନାଳକୁ ଖସିପଡିଥିବା ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳ: ନାଳକୁ ଖସିପଡିଥିବା ହାତୀ ଛୁଆ ଉଦ୍ଧାର । ଢେଙ୍କାନାଳ ସକଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକ୍ସନ ଗୁୁଣୁଦେଇ ଗାଁ ନିକଟରେ ଘଟିଛି ଘଟଣା । ଏକୋଇଶ ଟିକିଆ ହାତୀ ପଲ ଭିତରେ ଥିବା ହାତୀଛୁଆ ଡ୍ରେନ୍‌ ଅତିକ୍ରମ କରିନପାରି ଖସିପଡିଥିଲା । ଦୁଇଟି ମାଇ ହାତୀ ଅକ୍ଳାନ୍ତ ଚେଷ୍ଟା କରିଥିଲେ ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ, କିନ୍ତୁ କରିପାରିନଥିଲେ ।

ନାଳରେ ହାତୀ ଛୁଆ ପଡିଥିବା ଦେଖି ପରେ ବନ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାଲିବସ୍ତା ପକାଯାଇ ନାଳରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ହାତୀ ଛୁଆଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡିଛି । ଗୁଣୁଦେଇ ଏବଂ ଗଇଲ ନିକଟରେ ଥିବା ଜଙ୍ଗଲରେ ଏବେ ହାତୀ ପଲ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.