ପିଲାର ଭାଙ୍ଗଡା ଡ୍ୟାନ୍ସ ଦେଖି କୁକୁର ଛୁଆ ବି କଲେ ଏମିତି ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆଜିକାଲି ଦୁନିଆରେ ଖୁସି ମିଳିବା ବହୁତ ମହଙ୍ଗା ହୋଇଗଲାଣି। ସୁବୁକିଛି ଜିନିଷ ତ ଆପଣ ଟଙ୍କା ଦେଇ କିଣିପାରିବେ କିନ୍ତୁ ଖୁସି କେବେ ବି କିଣିପାରିବେ ନାହିଁ। ବେଳେ ବେଳେ ଛୋଟ ଛୋଟ ଜିନିଷ ହେଉ ଅବା କାମରୁ ଅନେକ ଖୁସି ମିଳିଥାଏ। ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି, ଯାହାକୁ ଆପଣ ଦେଖିଲେ ମଧ୍ୟ ଖୁସି ହୋଇଯିବେ।

ଏହି ଭିଡିଓକୁ ବିନେଶ କାଟାରିଆ ଟ୍ୱିଟରରେ ସେୟାର କରିଛନ୍ତି ଏବଂ ପୋଷ୍ଟ ହେବା ପରଠାରୁ ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ୪୯ ସେକେଣ୍ଠର ଏହି ଭିଡିଓରେ ଜଣେ ପିଲା ଫାଟକ ବାହାରେ ଠିଆ ହୋଇଥିବାବେଳେ ଭାଙ୍ଗଡା(ପଞ୍ଜାବର ଲୋକନୃତ୍ୟ)କରୁଛି। ଛୋଟ ପିଲାଟି ନାଚିବାବେଳେ ଫାଟକର ଅପର ପାର୍ଶ୍ୱରେ ଥିବା ଦୁଇଟି କୁକୁର ବାଳକକୁ ଦେଖିବା ମାତ୍ରେ ଉତ୍ସାହର ସହିତ ଡେଇଁବା ସହ ଭୁକୁଛନ୍ତି। ପିଲାଟି ଡ୍ୟାନ୍ସ ବନ୍ଦ କରିବା କ୍ଷଣି ଏମାନେ ମଧ୍ୟ ପାଟି ବନ୍ଦ କରିଦେଉଛନ୍ତ। ଥରେ ସେ ଷ୍ଟେପ୍ କରିବା ଆରମ୍ଭ କଲେ, କୁକୁରମାନେ ମଧ୍ୟ ଉତ୍ସାହିତ ଭାବରେ ଡେଇଁବା ଆରମ୍ଭ କରନ୍ତି । ଏହି ଭିଡିଓକୁ ୧.୭ ମିଲିୟନ ଭ୍ୟୁ ମିଳିଥିବା ବେଳେ ୮୫ ହଜାରରୁ ଅଧିକ ଥର ଲାଇକ୍ସ ମିଳିଛି। ରୁ ଅଧିକ ଥର ଦେଖିଥିଲେ ।

ଆପଣ ଯଦି ଏହି ଭିଡିଓ ଦେଖିବେ ଆପଣ ହସିବା ସହିତ ନାଚିବାକୁ ମନେ କରିବେ। ଦେଖନ୍ତ୍‌ୁ ଭିଡିଓ