ଜନ୍ମ ନେଲା ଅଦ୍ଭୁତ ଶିଶୁ ଯାହାର ଯୌନାଙ୍ଗରେ ରହିଛି ଆଉ ଏକ ଗୋଡ଼ କିନ୍ତୁ ଅଛି ପୂରା ନର୍ମାଲ

ୟୁପିର ଗାଜିପୁର ଜିଲ୍ଲାରେ ଏକ ନବଜାତ ଶିଶୁକୁ ଦେଖିବା ପାଇଁ ଲୋକମାନେ ଭିଡ଼ ଜମାଇଛନ୍ତି । ତେବେ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ଏକ ଏମିତି ଶିଶୁ ଜନ୍ମ ନେଇଛି ଯାହା ଶରୀରରରେ ତିନୋଟି ଗୋଡ଼ ରହିଛି ଏବଂ ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କିଛି ଲୋକ ଏହାକୁ ଏକ ଇଶ୍ଵରୀୟ ପ୍ରଭାବ ବୋଲି ଭାବନ୍ତି । ଏହି ଶିଶୁର ଜନ୍ମ ପରେସେହି ଅଂଚଳର ଦୂର ଦୂରାନ୍ତରୁ ଲୋକମାନେ ତାକୁ ଦେଖିବା ପାଇଁ ଆସୁଛନ୍ତି ।

ତିୟରା ଗାଁର ବାସିନ୍ଦା ପ୍ରିୟଙ୍କା ଦେବୀଙ୍କର ସେପ୍ଟେମ୍ବର 29ରେ ପ୍ରସବ ହୋଇଥିଲା। ପ୍ରସବ ସ୍ୱାଭାବିକ ଥିବାବେଳେ ପରିବାର ସମସ୍ତ ସଦସ୍ୟ ଖୁସି ଥିଲେ । ତେବେ ପିଲାଜନ୍ମ ହେବା ପରେ ଧାଇ ଜଣକ ଡେଲିଭରି ରୁମରୁ ବାହାରକୁ ଆସି କହିଥିଲେ ଯେ ପିଲାଟିର ତିନୋଟି ଗୋଡ ରହିଛି । ତୃତୀୟ ଗୋଡଟି ଯୌନାଙ୍ଗ ସହିତ ସଂଯୁକ୍ତ ଏବଂ ଏଥିରେ ୬ଟି ଆଙ୍ଗୁଠି ରହିଛି । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏସବୁ ପରେ ମଧ୍ୟ ପିଲାଟି ସାଧାରଣ ଉପାୟରେ କ୍ଷୀର ପିଉଥିଲା ।

ଲୋକମାନେ ଏହି ପିଲାକୁ ଏକ ଇଶ୍ଵରୀୟ ଅବତାର କହି ଦେଖିବାକୁ ଯାଉଛନ୍ତି । ଶିଶୁର ପିତା ବିବେକାନନ୍ଦ ରାମ ଏକ ଗରିବ ପରିବାରର ଅଟନ୍ତି । ପିଲାଟିର ଚିକିତ୍ସା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ । ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମଧ୍ୟ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଏହା ହେଉଛି ଏକ ଜନ୍ମଗତ ରୋଗ ଯାହାକୁ Congenital Anomaly କୁହାଯାଏ । ଏଥିରେ ରୋଗୀ ପରୀକ୍ଷା ପରେ ହିଁ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରିବ। ଯଦି ଜଣେ ଗର୍ଭବତୀ ମହିଳା ରେଡ଼ିଏସନର ସଂସ୍ପର୍ଶରେ ଆସନ୍ତି କିମ୍ବା କୌଣସି ଔଷଧର ସାଇଡ ଇଫେକ୍ଟ ହୋଇଥାଏ ତେବେ ଏହିପରି ପିଲାମାନେ ଜନ୍ମ ହୁଅନ୍ତି । ଏହା କୌଣସି ଇଶ୍ଵରୀୟ ଅବତାର ନୁହେଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.