ତିଆରି ହେଲା ସବୁଠୁ ଛୋଟ ମୁନ୍‌ ରୋଭର, ଓଜନ ମାତ୍ର ୪ କେଜି; ଖୁବ୍‌ଶୀଘ୍ର ଯିବ ଚନ୍ଦ୍ରକୁ

ତିଆରି ହେଲା ଦୁନିଆର ସବୁଠୁ ଛୋଟ ମୁନ୍‌ ରୋଭର। ଆମେରିକାର ରୋବଟିକ୍ସ କମ୍ପାନୀ ଆଷ୍ଟ୍ରୋବୋଟିକ୍‌ ଏହି ମୁନ୍‌ ରୋଭର ତିଆରି କରିଛି। ଆଷ୍ଟ୍ରୋବୋଟିକ୍‌ ତରଫରୁ ଘୋଷଣା କରାଯାଇ କୁହାଯାଇଛି ଯେ କମ୍ପାନୀ ଦୁନିଆର ସବୁଠୁ ଛୋଟ ମୁନ୍‌ ରୋଭର ତିଆରି କରି ନାସାକୁ ପଠାଇଛି। ଏହି ଛୋଟ ରୋବଟ୍‌ର ନାଁ ରହିଛି କ୍ୟୁବ୍‌ ରୋଭର (CubeRover)। ଏହା ଏକ ଏଭଳି ମୋବାଇଲ ପ୍ଲାଟଫର୍ମ ଯାହାକୁ ଚନ୍ଦ୍ରପୃଷ୍ଠରୁ ମଧ୍ୟ ଅପରେଟ୍‌ କରାଯାଇପାରିବ, ଏହା ଏକ ବହୁତ ବଡ଼ କଥା।

CubeRover

ଆମେରିକାର ରୋବଟିକ୍ସ କମ୍ପାନୀ ଆଷ୍ଟ୍ରୋବୋଟିକ୍‌, କରନେଗର ମେଲୋନ୍‌ ୟୁନିଭର୍ସିଟି (Carnegie Mellon University) ସହ ମିଶି ଏହି କ୍ୟୁବ ରୋଭର ତିଆରି କରିଛନ୍ତି। ଏ ନେଇ ଆଷ୍ଟୋବୋଟିକ୍‌ ତରଫରୁ କୁହାଯାଇଛି ଏହା ଏବେ ଯାଏଁ ତିଆରି ହୋଇଥିବା ସବୁଠୁ ହାଲ୍‌କା କମର୍ସିଆଲ ପ୍ଲାନେଟରୀ ରୋବଟ୍‌। ଏହାର ଓଜନ ମାତ୍ର ୪ କେଜି।

CubeRover

ନାସାର କେନେଡି ଗ୍ରାନୁଲାର ମେକାନିକ୍ସ ଆଣ୍ଡରିଗୋଲିଥ୍‌ ଅପରେସନ୍‌ ଲାବ୍ରୋଟୋରୀ (Kennedy’s Granular Mechanics and Regolith Operations (GMRO)) ଏବେ କିଛି ମାସ ଏହାର ଟେଷ୍ଟିଂ ସିମୁଲେଟେଡ ଚନ୍ଦ୍ରପୃଷ୍ଠରେ କରିବ। ଏ ଅବସରରେ ଚନ୍ଦ୍ରପୃଷ୍ଠରେ ଏହା କିଭଳି କାମ କରୁଛି ତାହା ଜଣାପଡ଼ିବ। ଏହି ରୋଭର ଯଦି ଚନ୍ଦ୍ରପୃଷ୍ଠରେ ପଡ଼ିଲା ତେବେ ତାହା କେତେକ ଉପରକୁ ଡ୍ରପ୍‌ ଖାଉଛି, ତଳେ ପଡ଼ିଲେ ଖରାପ ହେବ କି ନାହିଁ ତାହାର ପରୀକ୍ଷଣ କରାଯାଉଛି। ଯଦି ସମସ୍ତ ପରୀକ୍ଷା ସଫଳ ହୁଏ, ତେବେ ଏହାକୁ ସବୁଠୁ ଛୋଟ ମଲ୍ଟିପଲ ସ୍ପେସ ମିଶନରେ ଉପଯୋଗ କରାଯିବ।