ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ: ଆଇଆଇଟି ବମ୍ବେ ଜୋନ୍ର ଚିରାଗ ଫଲୋର ଓ ଆଇଆଇଟି ଋଡକୀ ଜୋନ୍ର କନିଷ୍କା ମିତ୍ତଲ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ୪୩ ହଜାର ୨୦୪ ଜଣ ପାସ୍ କରିଛନ୍ତି । ଆଇଆଇଟି ବମ୍ବେ ଜୋନ୍ର ଚିରାଗ ଫଲୋର ଓ ଆଇଆଇଟି ଋଡକୀ ଜୋନ୍ର କନିଷ୍କା ମିତ୍ତଲ ଟପ୍ପର ହୋଇଛନ୍ତି ।
ଚିରାଗ ୩୯୬ରୁ ୩୫୨ ନମ୍ବର ରଖିଥିବା ବେଳେ କନିଷ୍କା ୩୯୬ରୁ ୩୧୫ ନମ୍ବର ରଖିଛନ୍ତି । ଚଳିତ ବର୍ଷ ଦେଢ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡ୍ଭାନ୍ସ ପରୀକ୍ଷା ଦେଇଥିଲେ । ଜେଇଇ ଆଡ୍ଭାନ୍ସ ୱେବ୍ସାଇଟ୍ରୁ ପରୀକ୍ଷା ଫଳ ଜାଣିପାରୁଛନ୍ତି ଛାତ୍ରଛାତ୍ରୀ । ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ଦେଶର ବିଭିନ୍ନ ଆଇଆଇଟିରେ ନାମ ଲେଖାଇ ପାରିବେ । ସେପ୍ଟେମ୍ବର ୨୭ ତାରିଖରେ ଜେଇଇ ଆଡ୍ଭାନ୍ସ ଅନୁଷ୍ଠିତ ହୋଇଥିଲା ।