Below header

ଆଜି ଜଣାପଡ଼ିଲା ୧୨ ରେଳ ଯାତ୍ରୀ କରୋନା ପଜେଟିଭ୍‌, ରେଳବାଇ ମନ୍ତ୍ରାଣଳୟ ଦେଲା ସୂଚନା

ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ୧୨ ଜଣ ରେଳ ଯାତ୍ରୀ କରୋନା ପଜେଟିଭ ଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଜଣ ଯାତ୍ରୀ ୧୩ ତାରିଖରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ରାମଗୁଣ୍ଡମ୍‌ ଯାତ୍ରା କରିଥିଲେ । ସେହିପରି ଅନ୍ୟ ୪ ଜଣ ଗତ ୧୬ ତାରିଖରେ ମୁମ୍ବାଇରୁ ଜବଲପୁର ଗୋଦାନ ଏକ୍ସପ୍ରେସ୍‌ରେ ଯାତ୍ରା କରିଥିଲେ ।

ନିହାତି ଆବଶ୍ୟକତା ନଥିଲେ ଲୋକମାନେ ପାସେଞ୍ଜର କିମ୍ବା ଦୂରନ୍ତ ଗାଡ଼ିରେ ଯାତ୍ରା ନକରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.