Below header

ବଢ଼ୁଛି କରୋନା ଆତଙ୍କ : ମହାରାଷ୍ଟ୍ରର ବିଭିନ୍ନ ଜେଲ୍‌ରେ ଥିବା ଅଧା କଏଦୀଙ୍କୁ ଛାଡ଼ି ଦିଆଯିବ ଅସ୍ଥାୟୀ ବେଲ୍‌ରେ

ମୁମ୍ବାଇ : ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ହାଇ ପାଓ୍ଵାର କମିଟି (ଏଚ୍‌ପିସି) ରାଜ୍ୟର ଅଧା କଏଦୀଙ୍କୁ ଅସ୍ଥାୟୀ ବେଲ୍‌ରେ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛି ।

ଜଷ୍ଟିସ୍‌ ଏ.ଏ ସୟଦ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଛାଣ୍ଡେ ଓ କାରାଗାର ଡିଜି ଏସ୍‌ ଏନ୍‌ ପାଣ୍ଡେଙ୍କୁ ନେଇ ଗଠିତ କମିଟି ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଅସ୍ଥାୟୀ ବେଲ୍‌ ପିରିୟଡ୍‌ର କୈାଣସି ନିର୍ଦ୍ଦିଷ୍ଟ ସମୟ ସୀମା ଘୋଷଣା କରାଯାଇନାହିଁ ।

କରୋନା ସଂକ୍ରମଣର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି କମିଟି ଗଠିତ ହୋଇଥିଲା । ମୁମ୍ବାଇର ବିଭିନ୍ନ ଜେଲ୍‌ରେ ମୋଟ ୩୫,୨୩୯ ଜଣ କଏଦୀଙ୍କ ମଧ୍ୟରୁ ୬୯୫ ଜଣ କେବଳ ପାରୋଲରେ ମୁକ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.