Below header

ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହେଉଛି କୋଭିଡ-୧୯ ଟୀକା, ଦୌଡ଼ରେ ଆଗରେ ଅଛି ଏହି ୬ଟି ଭ୍ୟାକ୍‌ସିନ୍‌

କରୋନା ଭାଇରସ୍‌କୁ ନେଇ ଏବେ ସମସ୍ତେ ଆତଙ୍କିତ ଅଛନ୍ତି। ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନଥିବା ବେଳେ ଅନ୍ୟପଟେ ଏହାର ଭ୍ୟାକସିନ୍‌ ମଧ୍ୟ ଏବେ ଯାଏଁ ବାହାରି ପାରିନାହିଁ। ତେଣୁ ଏହି ସଂକ୍ରମଣ କେବେ ଶେଷ ହେବ ସେ ନେଇ ଆଶଙ୍କା ଦେଖାଦେଇଛି। ତେବେ ଇତି ମଧ୍ୟରେ ସବୁ ଦେଶ କରୋନା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। କରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଏବେ ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଛି କହିଲେ ଚଳେ। ତେବେ ଏହି ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ନଜର ରଖିଛି। ଆସନ୍ତୁ ଜାଣିବା କରୋନା ଟୀକା ପ୍ରସ୍ତୁତ କରିବା ରେସ୍‌ରେ କିଏ ଆଗରେ ରହିଛନ୍ତି…

୧.ଦ ଅକ୍ସଫୋର୍ଡ ୟୁନିଭର୍ସିଟି:

ଦ ୟୁନିଭର୍ସିଟି ଅଫ ଅକ୍ସଫୋର୍ଡ ମାତ୍ର ୩ ମାସ ମଧ୍ୟରେ କରୋନା ପାଇଁ ଭ୍ୟାକ୍‌ସିନ୍‌ ବିକଶିତ କରିବାରେ ସଫଳ ହୋଇଛି। ଏହି ଭ୍ୟାକସିନ୍‌ କ୍ୟାନ୍‌ଡିଡେଟ୍‌ର ନାଁ ରହିଥିଲା ‘ChAdOx1 nCoV-19’। ଏହି କ୍ୟାନ୍‌ଡିଡେଟ୍‌ ସାଧାରଣ ଥଣ୍ଡା ଭାଇରସ୍‌ ସହ SARS-CoV-2 ର ଜେନେରିକ୍‌ ଉପାଦାନକୁ ମିଶାଇ ପ୍ରସ୍ତୁତ କରାଯାଇଛି। ଏହା ଶରୀରରେ ନୋଭେଲ କରୋନା ଭାଇରସ୍‌କୁ ଚିହ୍ନଟ କରିବାରେ ସହାୟକ ହେବ। ବର୍ତ୍ତମାନ ଏହାର ଟ୍ରାଏଲ ଚାଲିଛି।

୨. Massachusetts ବାୟୋଟେକ୍‌ କମ୍ପାନୀ:

Coronavirus | ICMR, Bharat Biotech tie up for Indian COVID-19 ...

ଆମେରିକାର Massachusetts ବାୟୋଟେକ୍‌ କମ୍ପାନୀ ମଡର୍ଣ୍ଣ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଆଣ୍ଡ ଇନ୍‌ଫେକ୍ଟିସିୟସ ଡିଜିଜ୍‌ (NIAID) ସହ ମିଶି ଏକ ଆରଏନ୍‌ଏଯୁକ୍ତ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଛି। ଏହାର ପ୍ରଥମ ଟ୍ରାଏଲ ଶେଷ ହୋଇସାରିଛି। ଦ୍ୱିତୀୟ ଟ୍ରାଏଲ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଯଦି ଏହାର ପରୀକ୍ଷଣ ସଫଳ ହୁଏ ନିଶ୍ଚିତ ଭାବେ ଏହା ମନୁଷ୍ୟ ସମାଜ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ।

୩. Sinovac ବାୟୋଟେକ୍‌ :

Jason Pogue: Operation Warp Speed targets a COVID-19 vaccine by ...

ଚୀନ୍‌ ବୈଜ୍ଞାନିକମାନେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଥିବା ନେଇ ଦାବି କରିଛନ୍ତି। ସେମାନେ ଏହାକୁ ମାଙ୍କଡ଼ ଶରୀରରେ ପରୀକ୍ଷା କରିସାରିଲେଣି। ଚାଇନିଜ୍‌ ବାୟୋଫାର୍ମାସିଉଟିକାଲ କମ୍ପାନୀ ସିନୋଭାକ୍‌ ଏହି ଟୀକା ବିକଶିତ କରିଛି। ଏହାର ନାଁ ରହିଛି PiCoVacc।

୪. ଭାରତର ICMR ଓ ଭାରତ ବାୟୋଟେକ୍‌ : 

covid-19-vaccine

 

ଭାରତର ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ICMR) ମଧ୍ୟ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ସହ ମିଶି କରୋନା ଟୀକା ପ୍ରସ୍ତୁତ କରୁଛି। ଏହାର ପ୍ରଥମ ଟ୍ରାଏଲ ସଫଳ ହୋଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଭାରତ ଏହାର ୬୦ ମିଲିୟନ୍‌ ଡୋଜ୍‌ ପ୍ରସ୍ତୁତ କରୁଛି।

Coronavirus Vaccine | Indian coronavirus vaccine: Bharat Biotech ...

ସେହିପରି ଏହି ଦୌଡ଼ରେ Pfizer and BioNtech vaccine, Inovio Pharmaceuticals ଓ BCG vaccine ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.