Below header

ମଦ ନିଶା ଏମିତି ଯେ ଆଇସୋଲେସନ ଭାଙ୍ଗି ପବରେ ପହଞ୍ଚିଗଲେ ବ୍ୟକ୍ତି, ଲାଗିଲା ୪ ଲକ୍ଷ ଟଙ୍କାର ଜରିମାନା

ମଦ୍ୟପାନ ବା ନିଶା ଜଣେ ବ୍ୟକ୍ତିଙ୍କୁ କିଛି କରାଇପାରେ । ବ୍ରିଟେନରେ ଏହାର ଏକ ତାଜା ଉଦାହରଣ ଦେଖିବାକୁ ମିଳିଛି ଯେଉଁଠି କରୋନା ସଂକ୍ରମଣ ପାଇଁ ଆଇସୋଲେସନରେ ରହୁଥିବା ବ୍ୟକ୍ତି ସିଧାସଳଖ ଯାଇ ପବରେ ପହଞ୍ଚି ଯାଇଥିଲେ । ସୂଚନା ଅନୁଯାୟୀ କ୍ରାବି ଜ୍ୟାକ୍ ନାମକ ଏହି ବ୍ୟକ୍ତିଙ୍କୁ ଦୁଇ ସପ୍ତାହ ଅଲଗା ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା କାରଣ ତାଙ୍କଠାରେ କରୋନାର କିଛି ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ଆଇସୋଲେସନ ସେଣ୍ଟର ବାହାରେ ଧରାପଡିଥିବାରୁ ପୋଲିସ କ୍ରାବିଙ୍କ ଉପରେ ପ୍ରାୟ 4 ଲକ୍ଷ 17 ହଜାର ଟଙ୍କା ଜୋରିମାନା ଲଗାଇଛି।

सांकेतिक तस्वीर

ଆଇସୋଲେସନ ସେଣ୍ଟରରୁ ପଳାଇବା ପରେ ଯେତେବେଳେ ପୋଲିସ ଯାଞ୍ଚ କରିଥିଲା । ସେତେବେଳେ ତାଙ୍କ କାର ଏକ ପବ୍ ବାହାରେ ଦେଖିବାକୁ ମିଳିଥିଲା । ପରେ ଜଣାପଡିଥିଲା ଯେ ସେ ପ୍ରାୟ ଏକ ଘଣ୍ଟା ଧରି ସେହିଠାରେ ହିଁ ଥିଲେ । ସେ ଏକାକୀ ଥିବାରୁ ପବରେ ଯାଇ ପହଞ୍ଚି ଯାଇଥିଲେ । ତେବେ ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି ଏବଂ କୋର୍ଟ ତାଙ୍କୁ 5000 ଡଲାର (ପ୍ରାୟ 4 ଲକ୍ଷ 17 ଟଙ୍କା) ଜରିମାନା କରିଛନ୍ତି । ପ୍ରତିରକ୍ଷା ଓକିଲଙ୍କ କହିବା ଅନୁଯାୟୀ ତାଙ୍କର ମହକିଲ ଏକାକୀ ଥିବାରୁ ସେ ପବ୍‌ରେ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.