Below header

କଳାହାଣ୍ଡି ଲାଞ୍ଜିଗଡ ବ୍ଳକରେ ପୁଣି ମାତିଲେ ହାତୀପଲ, ଘର ଭାଙ୍ଗିବା ସହ ନଷ୍ଟ କଲେ ଫସଲ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ସୂଚନା ମୁତାବକ ନିକଟସ୍ଥ କିଡିଙ୍ଗର ଧରମକାଁଣି ଜଙ୍ଗଲରୁ ହାତୀପଲ ପିସିଆସି କିଡିଙ୍ଗ ଓ କଉଗୁଡା ଗ୍ରାମର ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଘରେ ପସି ଚାଉଳ ଖାଇବା ସହ ବାସନ-କୁଶନ ଦଳି ଚକଟି ନଷ୍ଟ କରିଦେଇଛି। ଏଥିସହ କିଡିଙ୍ଗ ଓ କାଉକୁଡା ଗାଁର ବହୁ ଲୋକଙ୍କ ଧାନ, ମକା ଓ ପନିପରିବା ଫସଲ ନଷ୍ଟ କରିଦେଇଥିବା ନେଇ ସୂଚନା ମିଳିଛି।

ବନବିଭାଗ ସୂଚନା ମୁତାବକ ମୋଟ ୨୯ଟି ହାତୀ ଦୁଇ ଦଳ ହୋଇ ଲୋକଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏନେଇ ବନବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.