Below header

ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ: ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ, ଜଣେ ଆହତ

ଜଳେଶ୍ୱର(କେନ୍ୟୁଜ୍‌): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମନୁଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ରୋଷେଇ କରୁଥିବା ବେଳେ ଗ୍ଯାସ ଟାଙ୍କିରେ ନିଆଁ ଲାଗିବା ଯୋଗୁ ୩ ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡିଯିବା ସହ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ମନୁଡିହା ଗ୍ରାମର ବଳରାମ ନାୟକଙ୍କ ଘରେ ଆଜି ରୋଷେଇ ଚାଲୁଥିବା ସମୟରେ କୌଣସି କାରଣରୁ ଗ୍ଯାସ ଟାଙ୍କିରେ ନିଆଁ ଲାଗି ଯିବାରୁ ଖୁବ୍‌ ଜୋରରେ ନିଆଁ ଜଳିଥିଲା।

ଫଳରେ ଘରେ ନିଆଁ ଲାଗିବା ଯୋଗୁ ୩ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯିବା ସହ ଘରର ସମସ୍ତ ଆସବାବପତ୍ର ଏବଂ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.