ବିଧାନସଭା ଡିସ୍ପେନ୍ସରୀରେ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନେଲେ କରୋନା ଟିକା । ବିଧାନସଭା ଡିସ୍ପେନ୍ସରୀରେ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁଯାୟୀ ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ଯ ଆଜି ଭାରତ ବାୟୋଟେକ୍ର ଟିକା କୋଭାକିସ୍ନର ପ୍ରଥମ ଡୋଜ୍ ନେଇଛନ୍ତି । ପୁଡୁଚେରୀର ସିଷ୍ଟର ପି. ନିଭେଦା ତାଙ୍କୁ ଟିକା ଦେଇଛନ୍ତି। ଟିକା ନେବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଅବଜରଭସନ ରୁମ୍ରେ ରହିଥିଲେ ।