ଗୁଗଲରେ ଭୁଲରେ କରନ୍ତୁ ନାହିଁ ଏହିସବୁ ଜିନିଷ ସର୍ଚ୍ଚ, ନଚେତ କ୍ଷତିରେ ପଡିପାରନ୍ତି ଆପଣ

ଗୁଗଲ ସର୍ଚ୍ଚ କରିଦିଅ ! ଏହା ଏମିତି ଏକ ବାକ୍ଯ, ଯାହା ଦୁନିଆର କୌଣସି ଜିନିଷ ବିଷୟରେ ଜାଣିବା ପାଇଁ ବ୍ଯବହାର କରାଯାଏ। ଆଜିକାଲି ସମସ୍ତଙ୍କୁ ଗୁଗଲ ସର୍ଚ୍ଚ କରିବା ସବୁଠାରୁ ସହଜ ଉପାୟ ଲାଗିଥାଏ। କିନ୍ତୁ କ’ଣ ଆପଣଙ୍କୁ ଜଣାକି, ଗୁଗଲରେ କିଛି ଜିନିଷ ସର୍ଚ୍ଚ କରିବା ମଧ୍ୟ ଠିକ୍ ନୁହେଁ। ଯଦି ଆପଣ ଏହାକୁ ସର୍ଚ୍ଚ କରନ୍ତି, ତେବେ ଅସୁବିଧାରେ ପଡିପାରନ୍ତି।

ଆମେ ସବୁବେଳେ ଅନଲାଇନ ବ୍ଯାଙ୍କିଂ କରୁଛନ୍ତି, ତେବେ ଗୁଗଲ ସର୍ଚ୍ଚ କରିଛନ୍ତି କି ? ତେବେ ଜଲଦି କରନ୍ତୁନାହିଁ। ଏବେ ବ୍ଯାଙ୍କିଂ ଠକ ସବୁ ସାଇବର କ୍ରିମିନାଲ ବ୍ଯାଙ୍କର ନକଲି ୱେବସାଇଟ ତିଆରି କରୁଛନ୍ତି। ଏହା ଦେଖିବାକୁ ଅସଲି ବ୍ଯାଙ୍କ ଭଳି ଲାଗିଥାଏ। ଏହି ସାଇଟ ସାହାଯ୍ଯରେ କ୍ରିମିନାଲ ଆପଣଙ୍କ ବ୍ଯାଙ୍କିଂ ତଥ୍ଯ ଚୋରାଇ ନିଅନ୍ତି। ଆଉ ଆପଣଙ୍କ ବ୍ଯାଙ୍କ ଖାତା ଖାଲି ହୋଇପାରେ।

ଗୁଗଲ ସର୍ଚ୍ଚରେ କେବେ ବି କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତୁ ନାହିଁ। ସାଇବର କ୍ରିମିନାଲ ଏଠାରେ ଆପଣଙ୍କୁ କଷ୍ଟମର କେୟାର ନମ୍ବର ଭୁଲ ଦେଇ ଆପଣଙ୍କ ସମସ୍ତ ତଥ୍ଯ ଚୋରାଇବାର ସମ୍ଭାବନା ରହିଥାଏ।

Google Search

ଗୁଗଲରେ କେବେ ବି ସରକାରୀ ଯୋଜନା ବିଷୟରେ ସର୍ଚ୍ଚ କରନ୍ତୁ ନାହିଁ। ଆପଣ ଯଦି ସରକାରଙ୍କ ଯୋଜନା ବିଷୟରେ ଜାଣିବାକୁ ଚାହୁଁଚନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।

ଏବେ ଅନଲାଇନ ସପିଂ କରିବାର ଚାହିଦା ବେଶି ବଢିଯାଇଛି। ଏହି ସମୟରେ ଅନେକ କୁପନ କୋଡ ଜରିଆରେ ଡିସକାଉଣ୍ଟ ଦିଆଯାଉଛି। କିନ୍ତୁ ଆପଣ ଅନେକ ସମୟରେ ଏହି ମାଗଣା କୁପନ କୋଡକୁ ଖୋଜିବା ପାଇଁ ଗୁଗଲ ସର୍ଚ୍ଚ କରୁଛନ୍ତି। ଏହି କୁପନ କୋଡକୁ ସର୍ଚ୍ଚ କରିବା ଦ୍ବାରା ସାଇବର ଠକ ନକଲି କୁପନ କୋଡ ଦେଖାଇ ଆପଣଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ଏବଂ ନିଜସ୍ବ ତଥ୍ଯ ଚୋରି କରିନିଅନ୍ତି।