ଗଞ୍ଜାମ ହୁମା କେଉଟ ସାହିରେ ଯୁବକଙ୍କୁ ପିଟି ପିଟି ହତ୍ଯା, ମୃତଦେହ ନିକଟରୁ କାଠ ଫାଳିଆ ଓ ଇଟା ଜବତ

ବ୍ରହ୍ମପୁର: ଯୁବକଙ୍କୁ ପିଟି ପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା କେଉଟ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହୁମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ।

ଗତକାଲି ରାତିରେ ଦଣ୍ଡପାଣି ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରୁ କାଠ ଫାଳିଆ ଓ ଇଟା ପଡିଛି। ଖବର ପାଇ ରମ୍ଭା ପୋଲିସ ଓ ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଏ ଓ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ସେନେଇ କାରଣ ଅସ୍ପଷ୍ଟ ରହିଛି।