ଉଚ୍ଛେଦ ହେଉଛି ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାଧାବଲ୍ଲଭ ମଠ ଉଚ୍ଛେଦ କରାଯାଉଛି। ୭୫ ମିଟର ଶ୍ରୀ ଜଗନ୍ନାଥ କରିଡର ଭିତରେ ଏହି ରାଧାବଲ୍ଲଭ ମଠର ୯ ମିଟର ଆସୁଛି। ଯାହାକୁ ଉଚ୍ଛେଦ କରାଯାଉଛି। ଏଥିରେ ୧୩ଟି ଦୋକାନ ଗୃହ ରହିଥିଲା । ଉପ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କରାଯାଉଛି।

ଶାନ୍ତି ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତମାସ ୨୭ ତାରିଖରେ ଶ୍ରୀକ୍ଷେତ୍ର ବିକାଶ ପାଇଁ ବିଧାନସଭାରେ ରାଜ୍ୟ ସରକାର ପାରିତ କରିଥିଲେ ଶ୍ରୀମନ୍ଦିର ପରିକ୍ରମା ଯୋଜନା । ଭକ୍ତ କିପରି ଦିବ୍ୟ ଅନୁଭବ ନେଇ ଫେରିବେ, ତାହା ଆମ ଦାୟିତ୍ୱ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.