Below header

ଆମ୍ବୁଲାନ୍ସରେ ଅପହରଣ ଅଭିଯୋଗ:ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ କୋଲକାତା ନେଉଥିଲା ଡ୍ରାଇଭର, ଜାଣନ୍ତୁ ପୁରା ଘଟଣା

ଭଦ୍ରକ : କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ । ଗାଡ଼ିରୁ ଡେଇଁ ପଡିଲେ ରୋଗୀଙ୍କ ମା’ । ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ରେଫର କରିଥିଲେ ଡାକ୍ତର । ରୋଗୀଙ୍କ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ୧୦୮ ଆମ୍ବୁଲାନସ୍‌ ମେଡିକାଲରୁ ରୋଗୀଙ୍କୁ ଧରି କଟକ ଯିବା ପରିବର୍ତ୍ତେ ବିପରୀତ ଦିଗରେ ଚାଲିଥିଲା । ଅନ୍ୟ ରାଜ୍ୟକୁ ସନ୍ଦେହଜନକ ଭାବେ ନେଇଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରମ୍ଭିଲା ଗାଁର ସନାତନ ବାରିକଙ୍କ ପୁଅ ଗଛରୁ ପଡି ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତର ଖାନରେ ଚିକିତ୍ସା ହେଉଥିଲେ । ତେବେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତର ଖାନା ସ୍ଥାନାନ୍ତର କରାଯାଇ ଥିଲା । ଅସୁସ୍ଥ ଶିଶୁ ଓ ତାଙ୍କ ବାପା ମା’ ଆମ୍ବୁଲାନ୍ସରେ ବସିଥିଲେ । କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ କଟକ ନେବା ପରିବର୍ତେ କୋଲକାତା ଅଭିମୁଖେ ନେଇଥିଲେ । ସନ୍ଦେହ ଜନକ ଭାବେ ମୋବାଇଲରେ କଥା ହେଉଥିଲେ । ଏହା ଶୁଣି ଶିଶୁର ମା’ ଚିତ୍କାର କରିବା ସହିତ କାଚ ଖୋଲି ଡାକ ପକାଇ ଥିଲେ । କିଛି ଯୁବକ ଆମ୍ବୁଲାନ୍ସକୁ ଅଟକାଇବା ପରେ ଘଟଣା ସାମନାକୁ ଆସିଥିଲା । ଘଟଣା ସ୍ଥଳରେ ପୋଲିସ ପହଁଚି ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଥାନାରେ ଅଟକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.