Below header

ରାଜଧାନୀବାସୀଙ୍କୁ ବଡ଼ ଆଶ୍ୱସ୍ତି, ଭୁବନେଶ୍ୱରର ସବୁ ଜାଗାରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : କଣ୍ଟେନମେଣ୍ଟ ମୁକ୍ତ ଜୋନ ହେଲା ଭୁବନେଶ୍ୱରର ସମସ୍ତ ଅଞ୍ଚଳ। ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରେ ଲାଗିଥିବା କଟକଣାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହଟାଇ ଦିଆଯାଇଛି। ତେବେ ସତର୍କତା ସ୍ୱରୂପ ଏହି ଅଞ୍ଚଳଗୁଡ଼ିକ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତୀକ୍ଷ୍‌ଣ ନଜରରେ ରହିବ। ଏହି ଅଞ୍ଚଳରୁ କରୋନା ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ମୁକ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.