କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଜରୁରୀ ହେଲପ୍‌ ଲାଇନ୍‌ ନମ୍ବର ସାଇତି ରଖନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ହେଲପ ଲାଇନ୍‌ ନମ୍ବର ଜାରି କରାଯାଇଛି । ଏହି ନମ୍ବର ସବୁ ସମସ୍ତଙ୍କ ପାଇଁ ବହୁତ ଜରୁରୀ । ଆପଣମାନଙ୍କ ସୂଚନା ନିମନ୍ତେ ଆମେ ଏହି ସବୁ ନମ୍ବର ଏଠାରେ ଉଲ୍ଲେଖ କରୁଛୁ ।

୧-ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଏକ ହେଲ୍‌ପ ଡେସ୍କ କରାଯାଇଛି । ଏନେଇ ଏକ ହ୍ଵାଟସ୍‌ ଆପ୍‌ ନମ୍ବର ଦିଆଯାଇଛି । ଏହି ସ୍ୱତନ୍ତ୍ର ହେଲ୍‌ପ ଲାଇନ ନମ୍ବର ହେଉଛି ୯୩୩୭୯୨୯୦୦୦ (9337929000) । ଏହି ନମ୍ବରରେ WHATSAPP ମାଧ୍ୟମରେ ମେସେଜ୍‌ କରି ‘HI’ ଲେଖି ପଠାଇଲେ ରାଜ୍ୟର ସମସ୍ତ କରୋନା ସଂପର୍କିତ ତଥ୍ୟ ମିଳିବ ।

୨-କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଆଦି କିଣିବା ବେଳେ ଯଦି ଅନିୟମିତତା ହେଉଥିବା ଲକ୍ଷ୍ୟ କରୁଛନ୍ତି ତେବେ ହେଲ୍‌ପଲାଇନ୍‌ ନମ୍ବର ୧୫୫୩୩୫ (155335) ରେ ଫୋନ୍‌ କରି ଅଭିଯୋଗ କରି ପାରିବେ ।

୩-କରୋନାର କୌଣସି ଲକ୍ଷଣ ଦେଖିଲେ କିମ୍ବା ସନ୍ଦେହ ହେଲେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ପରାମର୍ଶ ପାଇଁ ୧୦୪ (104) ନମ୍ବରରେ ଫୋନ୍‌ କରନ୍ତୁ ।

୪-ଜିନିଷପତ୍ର କିଣିବା ବେଳେ ଆପଣଙ୍କୁ କେହି ଠକୁଥିଲେ କିମ୍ବା ଅଧିକ ଦାମ୍‌ ନେଉଥିଲେ ପୋଲିସ୍‌ର ସହାୟତା ନେଇ ପାରିବେ । ଏଥିପାଇଁ ଫୋନ୍‌ ନମ୍ବର ହେଉଛି ୦୬୭୪-୨୬୨୦୨୦୦ (0674-2620200)

୫-ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ହେଲପ୍‌ ଲାଇନ୍‌ ନମ୍ବର ହେଉଛି ୦୬୭୪-୨୩୯୨୧୧୫ (2392115)

୬-ଓଡ଼ିଶା ଭିତରେ ଅଟକି ରହିଥିବା ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗର ପକ୍ଷରୁ ହେଲପ ନମ୍ବର ଦିଆଯାଇଛି । ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ପାରିବେ । ନମ୍ବରଟି ହେଉଛି ୧୮୦୦ ୩୪୫୬୭୦୩ (1800 34567 03 )

୭-ଅତି ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଯୋଗାଯୋଗ କରନ୍ତୁ ଏହି ନମ୍ବରରେ । ୯୪୩୯୯୯୬୫୫୫ ( 9439996555)

୮-ଏହି କରୋନା ସମୟରେ ଜାତୀୟ ସ୍ତର ପାଇଁ ମଧ୍ୟ ହେଲପ୍‌ ଲାଇନ୍‌ ନମ୍ବର ରହିଛି । ଏହି ନମ୍ବରରେ ମଧ୍ୟ ଯୋଗାଯୋଗ କରି ପାରିବେ । ଟୋଲଫ୍ରି ନମ୍ବରଟି ହେଉଛି ୧୦୭୫ (National Toll Free Number : 1075)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.