Below header

ସୂର୍ଯ୍ୟନଗରରେ ଘର ଘର ବୁଲି ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ ଟିମ୍‌, ଅବଗତ ହେବେ କାହା ସ୍ୱାସ୍ଥ୍ୟ କେମିତି ଅଛି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପଞ୍ଚମ ପଜେଟିଭ୍‌ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ସୂର୍ଯ୍ୟ ନଗର ଅଞ୍ଚଳକୁ ସିଲ୍‌ କରିବା ପରେ ଏବେ ନିଜ ଆଡୁ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହାର କର୍ମଚାରୀମାନେ ସୂର୍ଯ୍ୟନଗର ଅଞ୍ଚଳରେ ଘର ଘର ବୁଲି କାହା ଘରେ କେହି ଥଣ୍ଡା, କାଶ ଅଦିରେ ପୀଡ଼ିତ କି ନାହିଁ ତାହା ଦେଖିବେ । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ଆହୁରି ମଧ୍ୟ କେହି ଯଦି ପଞ୍ଚମ ସଂକ୍ରମିତ ବ୍ୟକ୍ତି ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସରକାରଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.