Below header

ମୁଜାଫର୍‌ନଗରରେ ପୋଲିସ ଉପରେ ଆକ୍ରମଣ କଲେ ଲକ୍‌ଡାଉନ୍‌ ନିୟମ ଭଙ୍ଗକାରୀ

ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ । ହେଲେ କିଛି ଅମାନିଆ ଏହି କ୍‌ଡାଉନ୍‌କୁ ମାନୁ ନାହାନ୍ତି । ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ପୋଲିସ ଏମାନଙ୍କୁ ବାରଣ କଲେ, ଏହି ଲକ୍‌ଡାଉନ ଭଙ୍ଗକାରୀ ପୋଲିସ୍‌କୁ ବି ଆକ୍ରମଣ କରିବାକୁ ପଛାଉନାହାଁନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗର ମୋର୍‌ନା ଅଞ୍ଚଳରେ । ଏଠାରେ ଲକ୍‌ଡାଉନ୍‌ ନିୟମ ଉଲଂଘନକାରୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୁଲିସ ସବ୍‌ଇନିସ୍ପେକ୍ଟର ଆହତ ହୋଇଥିବା ଜଣାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରିଥିଲେ । କରୋନା ଉପରେ ବିଜୟ ଆଣିବାରେ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.