Below header

ଋଷ ଟିକା ସ୍ପୁଟନିକ୍‌-ଭିର କୁ ବହୁଳ ଭାବରେ ପରୀକ୍ଷଣ କରିବାକୁ ଅନୁମତି ଦେବନି ଭାରତ, ଋଷକୁ ଝଟ୍‌କା

ନୂଆଦିଲ୍ଲୀ : ଋଷର ଟିକାକୁ ବହୁଳ ଭାବରେ ଭାରତରେ ପରୀକ୍ଷଣ କରିବାକୁ ଅନୁମତି ଦେଲାନି ଭାରତ । ଫଳରେ ଭାରତରେ ଋଷ ଟିକା ବ୍ୟବହାର ନେଇ ଯେଉଁ ଆଶା ସଂଚାର ହୋଇଥିଲା ତାହା ନିରାଶାରେ ପରିଣତ ହୋଇଛି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଟିକାର ବଡ଼ ପରୀକ୍ଷଣ ପାଇଁ ଅନୁମତି ଦେଇ ନାହିଁ । ପୂର୍ବରୁ ଟିକାର ପ୍ରଭାବ ବିଷୟରେ ଜାଣିବା ପାଇଁ ଏହି ଟିକାକରଣର ଏକ ଛୋଟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଥିଲା ।

Sputnik-V-0

ମାତ୍ର ବିଦେଶରେ ସ୍ପୁଟନିକ୍-ଭିର କରାଯାଉଥିବା ପ୍ରାରମ୍ଭିକ ପର୍ଯ୍ୟାୟ ଅଧ୍ୟୟନରେ ଏହାର ନିରାପତ୍ତା ସମ୍ବନ୍ଧରେ ବହୁତ କମ୍ ତଥ୍ୟ ମିଳିଛି ବୋଲି ଏକ ବିଶେଷଜ୍ଞ ପ୍ୟାନେଲ୍ କହିଛନ୍ତି । ଯାହାଦ୍ୱାରା ଭାରତ ଟିକାର ବଡ଼ ପରୀକ୍ଷଣ ପାଇଁ ଅନୁମତି ଦେଇ ନାହିଁ । ଫଳରେ ଭାରତର ଡକ୍ଟର ରେଡ୍ଡିଜ୍ ଲ୍ୟାବ, ଋଷ ସହିତ ଯେଉଁ ଚୁକ୍ତିନାମା ସ୍ୱାକ୍ଷର କରିଥିଲା ତାହା ଏବେ ଫଳପ୍ରଦ ହେବାକୁ ଯାଉନି ।

Sputnik-V-8pg

ଗତମାସରେ ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏବଂ ଡକ୍ଟର ରେଡ୍ଡିଜ୍ ଲ୍ୟାବ ମଧ୍ୟରେ ଭାରତରେ ଋଷର ଟିକା ବିତରଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । କିନ୍ତୁ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ବଡ଼ ଆକାରରେ ପରୀକ୍ଷଣ କରିବାକୁ ଅନୁମତି ନଦେବାରୁ ଚୁକ୍ତିନାମାକୁ ବଡ଼ ଝଟକା ଲାଗିଛି । ଏହା ସହ ସ୍ପୁଟନିକ୍-ଭି ଟିକା ପ୍ରଦାନ କରିବା ପରେ ଋଷ ଆଉ ଏକ ଟିକା ପ୍ରସ୍ତୁତ କରିବାକୁ ଯାଉଛି ।

ଋଷର ଏହି ଟିକା ନାମ ରଖିଛି ଏପିଭାକ-କରୋନା । ଏହି ଟିକା କ୍ଲିନିକାଲ୍ ପରୀକ୍ଷଣରେ ସଫଳ ହୋଇଛି । ଅକ୍ଟୋବର ୧୫ରେ ଏହି ଟିକାର ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ତେବେ ଋଷ କରୋନା ଭୂତାଣୁ ଟିକାର ପରୀକ୍ଷା ଶେଷ ହେବା ପୂର୍ବରୁ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଥିବାରୁ ଏହାକୁ ନେଇ ବହୁ ଦେଶର ଗବେଷକ ଆଶଙ୍କା ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.