ଫୋବର୍ସ ତାଲିକାରେ ପୁଣି ୧ ନମ୍ବର ସ୍ଥାନ ବଜାୟ ରଖିଲେ ମୁକେଶ ଅମ୍ବାନୀ, ହେଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ(RIL)ର ଚେୟାରମ୍ୟାନ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଲଗାତାର ୧୩ତମ ବର୍ଷ ପାଇଁ ଫୋବର୍ସ ତାଲିକାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି। ତାଙ୍କ ପାଖରେ ନେଟ ୮୮.୭ ବିଲିୟନ ସମ୍ପତ୍ତି ରହିଛି। ତାଙ୍କ କମ୍ପାନୀ RIL ବଜାର ପୁଞ୍ଜିକରଣ ଆଧାରରେ ଦେଶର ସବୁଠାରୁ ବଡ଼ କମ୍ପାନୀ ଅଟେ। ଆଶ୍ଚର୍ଯ୍ୟର କଥା, କରୋନା ମହାମାରୀ ସତ୍ତ୍ୱେ ୧୦୦ଜଣ ସବୁଠାରୁ ଧନୀ ଭାରତୀୟଙ୍କ ସମ୍ପତ୍ତିରେ ୧୪ ପ୍ରତିଶତ ବୃଦ୍ଧି ଘଟିଛି। ଫୋବର୍ସ ଅନୁସାରେ, ସେମାନଙ୍କ ସମ୍ପତ୍ତି ୫୧୭.୫ ବିଲିୟନ ସ୍ତରରେ ପହଁଞ୍ଚିଯାଇଛି।

mukes1

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧିରେ ରିଲାଏନ୍ସର ପ୍ରମୁଖ ଭୂମିକା ରହିଛି। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜରେ ବିଶ୍ୱର ଅନେକ ବଡ଼ ବଡ଼ ନିବେଶକ ନିବେଶ କରିଛନ୍ତି। ଜିଓ ପ୍ଲାଟଫର୍ମରେ ଫେସବୁକ ଏବଂ ଗୁଗଲ ୨୦ ବିଲିୟନ ନିବେଶ କରିଥିଲେ। ଏହାଛଡା ରିଲାଏନ୍ସ ରିଟେଲରେ ମଧ୍ୟ ଅନେକ ନାମୀ ଇକୁଇଟି ଫଣ୍ଡ ପଇସା ଇନଭେଷ୍ଟ କରିଛନ୍ତି।

mukes6

ଫୋବର୍ସ ତାଲିକାରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ଦେଶର ଦ୍ଵିତୀୟ ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି। ତାଙ୍କ ପାଖରେ ୨୫.୨ ବିଲିୟନ ସମ୍ପତ୍ତି ରହିଛି। ଏହାପରେ HCL Technologiesର ଚେୟାରମ୍ୟାନ ଶିବ ନାଦର ୨୦.୪ ବିଲିୟନ ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ରହିଛନ୍ତି।

ଟପ ୧୦ର ବାକି ଧନୀଙ୍କ ମଧ୍ୟରେ ରାଧାକିଶନ ଦମାନୀ(୧୫.୪ ବିଲିୟନ), ହିନ୍ଦୁଜା ବନ୍ଧୁ(୧୨.୮ ବିଲିୟନ), ସାୟରସ ପୁନାବାଲା(୧୧.୫ ବିଲିୟନ), ପାଲୋନଜି ମିସ୍ତ୍ରୀ(୧୧.୪ ବିଲିୟନ), ଉଦୟ କୋଟକ(୧୧.୩ ବିଲିୟନ), ଗୋଦରେଜ ପରିବାର(୧୧ ବିଲିୟନ) ଏବଂ ଲକ୍ଷ୍ମୀ ମିତ୍ତଲ(୧୦.୩ ବିଲିୟନ) ସ୍ଥାନ ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.