ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ରିୟା ଚକ୍ରବର୍ତ୍ତୀ, ଦେଖନ୍ତୁ ଜେଲରୁ ଫେରିବା ପରେ କେମିତି ଦେଖାଯାଉଛନ୍ତି ରିୟା

ଡ୍ରଗ୍ସ କେସରେ ଜେଲ ଯାଇଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରାୟ ଗୋଟେ ମାସ ପରେ ଜେଲରୁ ମୁକୁଳିଛନ୍ତି। ଆଜି ମୁମ୍ବାଇର ସାନ୍ତାକୃଜ ପୋଲିସ ଷ୍ଟେସନରେ ନଜର ଆସିଛନ୍ତି ରିୟା। ତାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଆଜି ଦେଖିବାକୁ ମିଳିଲା। କିଛି ସର୍ତ୍ତ ମୁତାବକ ସେ ଜାମିନ ପାଇଛନ୍ତି।

reyaଜାମିନର ଶର୍ତ୍ତ ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ନିଜ ଘରର ନିକଟବର୍ତ୍ତୀ ପୋଲିସ ଷ୍ଟେସନରେ ସକାଳ ୧୧ ଟାରୁ ସଂଧ୍ୟା ୫ ଟା ଭିତରେ ନିଜ ଉପସ୍ଥିତି ଜାହିର କରିବାକୁ ହେବ।

riaରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ନିଜ ଘରର ପୋଲିସ ଷ୍ଟେସନରେ ହାଜିରା ଦେବା ବ୍ୟତୀତ ଅନ୍ୟ କିଛି ସର୍ତ୍ତକୁ ପାଳନ କରିବେ। ରିୟା ଜାମିନ ପାଇଁ ୧ ଲକ୍ଷ ଟଙ୍କା ବଣ୍ଡ ଦେବାକୁ କୁହାଯାଇଛି। ସେ ନିଜ ପାସପୋର୍ଟକୁ ଯାଞ୍ଚ ଏଜେନ୍ସୀ ପାଖରେ ଜମା କରିବେ। ସେ ମୁମ୍ବାଇ ଏନଡିପିଏସ ସ୍ପେଶାଲ ଜଜଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.