Below header

ଅକ୍ଟୋବର ଶେଷରେ ଖୋଲିପାରେ ସ୍କୁଲ୍, ଆସବାବପତ୍ର ଓ ସ୍କୁଲ ପରିସର ସଫା କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ପୂଜା ଛୁଟି ପରେ ରାଜ୍ୟରେ ଖୋଲିପାରେ ସ୍କୁଲ୍‌ । ଅକ୍ଟୋବର ଶେଷରେ ସ୍କୁଲ ଖୋଲିବା ନେଇ ଆଶା କରାଯାଉଛି । ଏହା ପୂର୍ବରୁ ସ୍କୁଲ୍‌ ପରିସର ଓ ଆସବାବପତ୍ର ସଫା କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ଏଥିସହ ହେଡକ୍ୱାର୍ଟର ଛାଡି ନଯିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷକମାନେ ସ୍କୁଲ ଆସିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଚେତନତାରେ ଶିକ୍ଷକଙ୍କୁ ସାମିଲ କରାଯିବ । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟସ୍ଥଳୀରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ ମହାମାରୀ ଯୋଗୁ ୬ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ସ୍କୁଲ । ପିଲାମାନେ ଏବେ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.