Below header

ଆଜି ରାଜ୍ୟରେ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ,ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ୬୫୮ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ  ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ । ସବୁ ଜିଲ୍ଲାକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା  ସର୍ବାଗ୍ରେ  ରହିଛି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୨ ଲକ୍ଷ,୧୬ ହଜାର,୯୮୪ରେ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ୬୫୮, କଟକ ଜିଲ୍ଲାରୁ  ୨୬୨ ବାଲେଶ୍ୱର ଜିଲ୍ଲାରୁ ୧୫୩ ଜଣ, ନୂଆପଡ଼ା ଜିଲ୍ଲାରୁ ୧୫୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୮ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୭ ଜଣ, ଅନୁଗୁଳରୁ ୧୧୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୯ ଜଣ ଓ ମାଲକାନଗିରି ଜିଲ୍ଲାରୁ ୧୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ଆଜି ୯୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୮ ଜଣ, ପୁରୀ ଜିଲ୍ଲାରୁ ୮୫ ଜଣ, କନ୍ଧମାଳ ଜିଲ୍ଲାରୁ ୮୩ ଜଣ, ନବରଂଗପୁର ଜିଲ୍ଲାରୁ ୮୧ ଜଣ, କୋରାପୁଟ, ନୟାଗଡ଼ ଜିଲ୍ଲାରୁ ୬୯ ଜଣ ଲେଖାଏଁ, ଢେଙ୍କାନାଳ ଜିଲ୍ଲାରୁ ୬୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୩ ଜଣ, ଭଦ୍ରକ ଜିଲ୍ଲାରୁ ୬୨ ଜଣ, ବରଗଡ଼ ଜିଲ୍ଲାରୁ ୬୧ ଜଣ, ଯାଜପୁର ଜିଲ୍ଲାରୁ ୫୮ ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୫୩ ଜଣ ସୁସ୍ଥ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରୁ ୪୮ ଜଣ, ଗଞ୍ଜାମ ଜିଲ୍ଲାରୁ ୪୭ ଜଣ, ବୌଦ୍ଧ ଜିଲ୍ଲାରୁ ୩୯ ଜଣ, ରାୟଗଡ଼ା ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୧୨ ଜଣ ଓ ରାଜ୍ୟପୁଲରୁ ୨୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.