ଚଳନ୍ତା ଅଟୋ ଉପରେ କୁକୁର ଦେଖାଉଛି ସ୍ୱାଗ, ଭିଡିଓ ଦେଖି ଆପଣ ବି କହିବେ ଆରେ ବାପ୍‌ ରେ !

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏହି କଥା କହିପାରୁନଥିବା ପଶୁପକ୍ଷୀ ମାନେ ବେଳେବେଳେ ଏମିତି କାମ କରିଦିଅନ୍ତି ସେ ଆପଣ ଦେଖିଲେ ହୋଇଯାନ୍ତି ଆଶ୍ଚର୍ଯ୍ୟ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ଏକ କୁକୁର ଚଳନ୍ତା ଅଟୋରିକ୍ସା ଉପରେ ଛିଡା ହୋଇ ଏକଦମ୍‌ ଦବଙ୍ଗ ଷ୍ଟାଇଲରେ ଯାତ୍ରା କରୁଛି। ଏ ଭିଡିଓ ଦେଖିଲେ ବିଶ୍ୱାସ କରନ୍ତୁ କୁକୁରର ଷ୍ଟାଇଲ ଦେଖି ଆପଣଙ୍କ ହସକୁ କଣ୍ଟ୍ରୋଲ କରିପାରିବେନାହିଁ।


ଏ କୁକୁରଟି ଏମିତି ଭାବରେ ଅଟୋରେ ଛିଡା ହୋଇ ଷ୍ଟଣ୍ଟ କରୁଛି ଦେଖିଲେ ଲାଗୁଛି ଯେପରି ଖତରୋ କେ ଖିଲାଡୀର ପ୍ରତିଯୋଗୀ ଏହି କୁକୁର। ଏହି ଭିଡିଓକୁ ଟ୍ଵିଟରର ଜଣେ ୟୁଜର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଅଟୋ ଉପରେ କୁକୁରକୁ ଦେଖିଲେ ଲାଗୁଛି କୁକୁରଟି ଚଳନ୍ତା ଅଟୋରେ ପୂରା ଚିଲ୍‌ ମୋଡରେ ଛିଡା ହୋଇଛି।

ତେବେ କୁକୁରର ସ୍ୱାଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି। କୁହାଯାଉଛି ଯେ ଏହି ଭିଡିଓ ବହୁତ ପୁରୁଣା। ଏହି କୁକୁରର ନାଁ ‘ସୁଲତାନ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.