ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : ଜାଣନ୍ତୁ ଗୁରୁତର ଆହତ ଜଣକ କିଏ ଓ କେମିତି ଅଛନ୍ତି

କେନ୍ୟୁଜ୍(ବ୍ୟୁରୋ): ଭାଗ୍ୟ କେତେବେଳେ କାହାକୁ କେଉଁଠିକୁ ଟାଣି ନିଏ ଆଉ କଣ କରାଇ ଦିଏ ସେକଥା କେହିବି କଳ୍ପନା କରି ପରିବେ ନାହିଁ । ଗତକାଲି ଭୁବନେଶ୍ୱର ସୂର୍ଯ୍ୟନଗର ଅନ୍ତର୍ଗତ ରାଜଭବନ ନିକଟରେ ଘଟିଥିଲା ପେଟ୍ରୋଲ ପମ୍ପ ବିସ୍ଫୋରଣ । ସେହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି ରିପୁ ଦମନ ଶ୍ରୀବାସ୍ତବ ନାମକ ଜଣେ ଯୁବକ । ଘର ତାଙ୍କର ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ।

ହେଲେ ସେ ଗ୍ୟାସ ଇନଷ୍ଟଲେସନ୍‌ ପ୍ରୋଜେକ୍ଟ କାମରେ ଆସିଥିଲେ ଭୁବନେଶ୍ୱର । ଆଉ ତଦାରଖ କରୁଥିଲେ ସେହି ପେଟ୍ରୋଲ ପମ୍ପରେ । ଯେଉଁଠି ଏଲ୍‌ପିଜି ଟାଙ୍କିରେ ଘଟିଲା ଭୟଙ୍କର ବିସ୍ଫୋରଣ । ଆଉ ଆହତ ହେଲେ ରିପୁ ଦମନ । ମୁହଁ ରକ୍ତ ଜୁଡୁବୁଡୁ ହୋଇଗଲା । ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ପଠାଇ ଦିଆଗଲା । ଯାହା ସୂଚନା ମିଳିଛି, ରିପୁ ଦମନଙ୍କ ଡାହାଣ ଆଖି ନଷ୍ଟ ହୋଇଯାଇଛି । ବାମ ଆଖିରେ ବି ଆଘାତ ଲାଗିଛି । ତାଙ୍କ ମୁହଁରେ ଅଧିକ ଆଘାତ ଲାଗିଛି । ଦେହର ୪୦ ଭାଗ ଅଂଶ ପୋଡ଼ି ଯାଇଛି । ଏସ୍‌ସିବିର ଜରୁରୀ କାଳୀନ ଅଧିକାରୀ ଭୁବନ ମହାରଣା କହିଛନ୍ତି ଗୁରୁତର ଅଛନ୍ତି ରିପୁ ଦମନ । ସେ ୭୨ ଘଣ୍ଟା ପାଇଁ ଅବଜର୍ଭସେନ୍‌ରେ ଅଛନ୍ତି ।

ପାଖରେ ନାହାନ୍ତି ପରିବାର ଲୋକ । ଓଡ଼ିଶାରେ ଥିବା ବନ୍ଧୁମାନେ ତାଙ୍କ ଭଲମନ୍ଦ ବୁଝୁଛନ୍ତି । ସତରେ ଲାଗୁଛି ଯେମିତି ଖାସ୍‌ ଏଇ ଦୁର୍ଘଟଣା ପାଇଁ ରିପୁ ଦମନଙ୍କୁ ଭାଗ୍ୟ ଟାଣି ଆଣିଥିଲା ଲକ୍ଷ୍ନୌରୁ ଭୁବନେଶ୍ୱର ।

Leave A Reply

Your email address will not be published.